ମୁସଲିମ ଭୋଟରଙ୍କ ବୁର୍ଖା ଖୋଲି ପରିଚୟ ଯାଞ୍ଚ କରିଥିବା ମାଧବୀ ଲତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ହାଇଦ୍ରାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେ ମାଧବୀ ଲତାଙ୍କ ବିରୋଧରେ ସୋମବାର ମାମଲା ରୁଜୁ ହୋଇଛି। ମାଧବୀ ଏକ ଭୋଟିଂ ବୁଥ୍ରେ କିଛି ମହିଳା ମୁସଲମାନ ଭୋଟରଙ୍କ ବୁର୍ଖା ଖୋଲି ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ। ଏହାର ଭିଡିଡ଼ ଭାଇରାଲ୍ ହେବାପରେ ମଲକପେଟ ଥାନା ଅଧୀନରେ ମାଧବୀଲତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୧୭୧ସି, ୧୮୬, ୫୦୫ (୧) ଏବଂ ଜନ ପ୍ରତିନିଧି ଆଇନର ଧାରା ୧୩୨ ଅଧୀନରେ ମାଧବୀଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ହାଇଦ୍ରାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେ ମାଧବୀ ଲତାଙ୍କ ବିରୋଧରେ ସୋମବାର ମାମଲା ରୁଜୁ ହୋଇଛି। ମାଧବୀ ଏକ ଭୋଟିଂ ବୁଥ୍ରେ କିଛି ମହିଳା ମୁସଲମାନ ଭୋଟରଙ୍କ ବୁର୍ଖା ଖୋଲି ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ। ଏହାର ଭିଡିଡ଼ ଭାଇରାଲ୍ ହେବାପରେ ମଲକପେଟ ଥାନା ଅଧୀନରେ ମାଧବୀଲତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଆଇପିସିର ଧାରା ୧୭୧ସି, ୧୮୬, ୫୦୫ (୧) ଏବଂ ଜନ ପ୍ରତିନିଧି ଆଇନର ଧାରା ୧୩୨ ଅଧୀନରେ ମାଧବୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭୋଟରଙ୍କୁ ଭଲଭାବେ ଯାଞ୍ଚ କରିବାପରେ ହିଁ ଭୋଟ୍ ଦେବାପାଇଁ ଛାଡ଼ିବାକୁ ମାଧବୀ ପୁଲିସକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ଭୋଟ୍ ଗ୍ରହଣ ହେବା ପୂର୍ବରୁ ମାଧବୀଲତା ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ପକ୍ଷପାତିତା ହେରଫେର ହୋଇଥିବା ଅଭିଯୋଗ କରିଥିଲେ।

Tags: