ମୁସଲିମ ଛାତ୍ରଙ୍କ ଦ୍ବାରା ହିନ୍ଦୁ ଛାତ୍ରଙ୍କୁ ମାଡ଼ ମରାଇ ୟୁପି ସ୍କୁଲ୍ ଶିକ୍ଷକ ଗିରଫ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ସ୍କୁଲ୍ ଶିକ୍ଷକ ଗିରଫ ହୋଇଛନ୍ତି ଏବଂ ଦାୟିତ୍ବରୁ ନିଲମ୍ବିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ଶ୍ରେଣୀଗୃହରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଜଣେ ହିନ୍ଦୁ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହି ଗିରଫ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମୁଜାଫରନଗରରେ କିଛିଦିନ ତଳେ ଏଭଳି ଅନ୍ୟ ଏକ ଘଟଣା ଘଟିଥିଲା। ଜଣେ ଶିକ୍ଷୟିତ୍ରୀ ଶ୍ରେଣୀର ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ଼ ମରାଇବାର ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ସ୍କୁଲ୍ ଶିକ୍ଷକ ଗିରଫ ହୋଇଛନ୍ତି ଏବଂ ଦାୟିତ୍ବରୁ ନିଲମ୍ବିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ଶ୍ରେଣୀଗୃହରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଜଣେ ହିନ୍ଦୁ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହି ଗିରଫ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ମୁଜାଫରନଗରରେ କିଛିଦିନ ତଳେ ଏଭଳି ଅନ୍ୟ ଏକ ଘଟଣା ଘଟିଥିଲା। ଜଣେ ଶିକ୍ଷୟିତ୍ରୀ ଶ୍ରେଣୀର ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ବାରା ମାଡ଼ ମରାଇବାର ଭିଡିଓ ଭାଇରାଲ୍ ହେବାପରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ତେବେ ସେପ୍ଟେମ୍ବର ୨୬ ତାରିଖରେ ପୁଣି ଆଉ ଏକ ଘଟଣା ଘଟିଛି। ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଶ୍ରେଣୀ ଶିକ୍ଷକ ଏକ ପ୍ରଶ୍ନ କରିଥିଲେ। ସେ ଏହାର ଉତ୍ତର ଦେଇନପାରିବାରୁ ଶିକ୍ଷକ ଜଣଙ୍କ ଜଣେ ମୁସଲିମ ଛାତ୍ରଙ୍କୁ ତାଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ। ମାଡ଼ ଖାଇଥିବା ଛାତ୍ର ଜଣଙ୍କ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ସେ ନିଜକୁ ଏକ ଘରେ ବନ୍ଦ କରିଦେଇଥିଲେ। ତାଙ୍କ ବାପା ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ସବୁକଥା କହିଥିଲେ। ଉକ୍ତ ଘଟଣାରେ ଏବେ ତଦନ୍ତ ଆରମ୍ଭ ହୋଇଛି।




