ମୁର୍ଶିଦାବାଦ ହିଂସା ରିପୋର୍ଟକୁ ନେଇ ମମତାଙ୍କ ଉପରେ ବର୍ଷିଲା ବିଜେପି
ନୂଆଦିଲ୍ଲୀ, ୨୧/୫ : ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଆଜି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ୱକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ସମୟରେ ଘଟିଥିବା ମୁର୍ଶିଦାବାଦ ହିଂସା ଘଟଣା ସଂକ୍ରାନ୍ତରେ ଗତକାଲି ତଦନ୍ତ କମିଟି ରିପୋର୍ଟ ଆସିବାପରେ ଏହି ରିପୋର୍ଟକୁ ଆଧାର କରି ସୁଧାଂଶୁ ତ୍ରିବେନୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସରକାରଙ୍କ ହିନ୍ଦୁମାନଙ୍କ ପ୍ରତି ଥିବା ନିଷ୍ଠୁରତାକୁ ଏହା ଦର୍ଶାଉଛି। ବିଜେପି ରାଜ୍ୟସଭା ସାଂସଦ କହିଛନ୍ତି […]
ନୂଆଦିଲ୍ଲୀ, ୨୧/୫ : ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଆଜି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ୱକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ସମୟରେ ଘଟିଥିବା ମୁର୍ଶିଦାବାଦ ହିଂସା ଘଟଣା ସଂକ୍ରାନ୍ତରେ ଗତକାଲି ତଦନ୍ତ କମିଟି ରିପୋର୍ଟ ଆସିବାପରେ ଏହି ରିପୋର୍ଟକୁ ଆଧାର କରି ସୁଧାଂଶୁ ତ୍ରିବେନୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସରକାରଙ୍କ ହିନ୍ଦୁମାନଙ୍କ ପ୍ରତି ଥିବା ନିଷ୍ଠୁରତାକୁ ଏହା ଦର୍ଶାଉଛି। ବିଜେପି ରାଜ୍ୟସଭା ସାଂସଦ କହିଛନ୍ତି ଯେ ହିଂସାକୁ ନେଇ ଆସିଥିବା ତଦନ୍ତ ରିପୋର୍ଟ ଏହା ସୂଚାଇ ଦେଇଛି ଯେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହିଂସା କରାଯାଇଥିଲା ଏବଂ ଟିଏମସି ନେତାମାନେ ଏଥିରେ ସମ୍ପୃକ୍ତ ଥିଲେ। ହିଂସା ସମୟରେ ପୁଲିସର ଭୂମିକା ଉପରେ ତ୍ରିବେଦୀ ପ୍ରଶ୍ନ ଉଠାଇଛନ୍ତି ଏବଂ ଟିଏମସି ନେତାଙ୍କ କାର୍ଯ୍ୟକୁ ପୁଲିସ ଅଣଦେଖା କରିଛି ବୋଲି ଅଭିଯୋଗ ହୋଇଛି। ‘ମୁର୍ଶିଦାବାଦରୁ ପହଲଗାମ ପର୍ଯ୍ୟନ୍ତ ହିନ୍ଦୁମାନଙ୍କୁ ଟାର୍ଗେଟ ହିଂସା କରାଯାଇଛି । ମୁର୍ଶିଦାବାଦ ହିଂସାରେ ଯେମିତି ତଥ୍ୟ ବାହାରକୁ ଆସୁଛି, ତାହା ମମତା ବାନାର୍ଜୀ ସରକାରଙ୍କର ହିନ୍ଦୁମାନଙ୍କ ପ୍ରତି ନିଷ୍ଠୁରତା ଏବଂ ମୌଳବାଦୀଙ୍କ ପ୍ରତି ଅପାର ସ୍ନେହକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଘଟିଥିବା ହିଂସା ଉପରେ କଲିକତା ହାଇକୋର୍ଟ ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନ କମିଟି ଗତକାଲି ରିପୋର୍ଟ ଦାଖଲ କରିଛି। ରିପୋର୍ଟରେ ଏହା ଦର୍ଶାଯାଇଛି ଯେ ହିଂସା ସମୟରେ ବେଟବୋନା ଗାଁରେ ପ୍ରାୟ ୧୧୩ଟି ଘର ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା।




