ମୁର୍ଶିଦାବାଦରେ ଟିଏମ୍ସି କର୍ମୀଙ୍କୁ ହତ୍ୟା, ବିଜେପିର ଭୂମିକା ଥିବା ଅଭିଯୋଗ
ନୂଆଦିଲ୍ଲୀ : ରବିବାର ରାତିରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଜଣେ ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ହତ୍ୟା ଘଟଣାରେ ବିଜେପିର ଭୂମିକା ରହିଛି ବୋଲି ଟିଏମସି ଅଭିଯୋଗ କରିଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମୃତ ଟିଏମସି କର୍ମୀଙ୍କ ନାଁ ସନାତନ ଘୋଷ। ସେ ଜଣେ ଦୁଗ୍ଧ ବ୍ୟବସାୟୀ। ରବିବାର ରାତିରେ ସେ ଏକ ମୋଟରବାଇକ୍ରେ ଗାଜିପୁରରୁ ପାରା ଗ୍ରାମ ଆସୁଥିବାବେଳେ ତାଙ୍କୁ କିଛି ଲୋକ ଅଟକାଇଥିଲେ ଏବଂ ଅତି ନିକଟରୁ […]
ନୂଆଦିଲ୍ଲୀ : ରବିବାର ରାତିରେ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଜଣେ ଟିଏମସି କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଉକ୍ତ ହତ୍ୟା ଘଟଣାରେ ବିଜେପିର ଭୂମିକା ରହିଛି ବୋଲି ଟିଏମସି ଅଭିଯୋଗ କରିଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମୃତ ଟିଏମସି କର୍ମୀଙ୍କ ନାଁ ସନାତନ ଘୋଷ। ସେ ଜଣେ ଦୁଗ୍ଧ ବ୍ୟବସାୟୀ। ରବିବାର ରାତିରେ ସେ ଏକ ମୋଟରବାଇକ୍ରେ ଗାଜିପୁରରୁ ପାରା ଗ୍ରାମ ଆସୁଥିବାବେଳେ ତାଙ୍କୁ କିଛି ଲୋକ ଅଟକାଇଥିଲେ ଏବଂ ଅତି ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ପୁଲିସରେ ଖବର ଦେଇଥିଲେ। ତାଙ୍କୁ ତୁରନ୍ତ ହରିହରପଡ଼ା ବ୍ଲକ୍ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଅ ନିଆଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ମୁର୍ଶିଦାବାଦ ପଠାଇ ଦିଆଯାଇଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଘୋଷଙ୍କ ହତ୍ୟାକାଣ୍ଡରେ ବିଜେପିର ସମ୍ପୃକ୍ତି ରହିଛି ବୋଲି ସ୍ଥାନୀୟ ଟିଏମସି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।




