ମୁମ୍ବାଇ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଅଭିଯୁକ୍ତ ମିହିର ଶାହ ସହ ମା’ ଓ ଭଉଣୀ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ବିଏମଡବ୍ଲ୍ୟୁ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହ ଗିରଫ ହୋଇଛି। ମିହିର ଶାହ ସହ ତା’ ମା’ ଏବଂ ୨ ଭଉଣୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ମିହିରଙ୍କୁ ଗିରଫ କବଳରୁ ସୁରକ୍ଷା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ସଦସ୍ୟ ରାଜେଶ ଶାହଙ୍କ ପୁଅ ହେଉଛି ମିହିର ଶାହ। ଗତ ରବିବାର ଦିନ ସେ ତା’ ବାପାଙ୍କ ବିଏମଡ୍ଲ୍ୟୁ କାର୍‌ […]

Samaya Live Picture
Published On

ନୂଆଦିଲ୍ଲୀ: ମୁମ୍ବାଇ ବିଏମଡବ୍ଲ୍ୟୁ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହ ଗିରଫ ହୋଇଛି। ମିହିର ଶାହ ସହ ତା’ ମା’ ଏବଂ ୨ ଭଉଣୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ମିହିରଙ୍କୁ ଗିରଫ କବଳରୁ ସୁରକ୍ଷା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ସଦସ୍ୟ ରାଜେଶ ଶାହଙ୍କ ପୁଅ ହେଉଛି ମିହିର ଶାହ। ଗତ ରବିବାର ଦିନ ସେ ତା’ ବାପାଙ୍କ ବିଏମଡ୍ଲ୍ୟୁ କାର୍‌ ଚଳାଇ ଦୁର୍ଘଟଣା ଘଟାଇଥିଲା। ମିହିର ଶାହ ଜୁହୁ ବାର୍‌ରେ ୪ ଜଣ ସାଙ୍ଗଙ୍କ ସହ ଏକ ବାର୍‌ରେ ବସି ମଦ ପିଇବାପରେ ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମାଛ କିଣିବାକୁ ଯାଇଥିବା ଜଣେ ଦମ୍ପତିଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ସହ ସେମାନଙ୍କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ କା‌ବେରୀ ନଖୱା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟାଇ ଅଭିଯୁକ୍ତ ମିହିର ଫେରାର୍‌ ଥିଲା। ଦୁର୍ଘଟଣା ଘଟିବାର ୩ ଦିନ ପରେ ମିହିର ଶାହକୁ ମୁମ୍ବାଇ ନିକଟରୁ ପୁଲିସ ଗିରଫ କରିଛି। ମିହିର ଶାହକୁ ଗିରଫ କରିବାପାଇଁ ୬ଟି ପୁଲିସ ଟିମ୍‌ ମୁ୍ତୟନ ହୋଇଥିଲେ।

Tags: