ମୁମ୍ବାଇ ହିଟ୍ ଆଣ୍ଡ ରନ୍ ଘଟଣାରେ ମହିଳାଙ୍କ ମୃତ୍ୟୁ; ଶିବସେନା ନେତା ଅଟକ
ମୁମ୍ବାଇ: ଜଣେ ଶିବସେନା ନେତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ବିଏମ୍ଡବ୍ଲୁ କାର୍ ଚାଳଇ ଏକ ସ୍କୁଟିକୁ ଧକ୍କା ଦେବା ଓ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଚାପରେ ପଡ଼ି ପୁଲିସ ଅଭିଯୁକ୍ତଙ୍କ ପିତା ତଥା ଶାସକ ଶିବସେନା ନେତା ରାଜେଶ ଶାହଙ୍କୁ ଥାନାରେ ଅଟକ ରଖିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ମିହିର ଶାହ (୨୪) ସେଠାରୁ ଫେରାର୍ ହୋଇଯାଇଛି। ଏହି […]
ମୁମ୍ବାଇ: ଜଣେ ଶିବସେନା ନେତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ବିଏମ୍ଡବ୍ଲୁ କାର୍ ଚାଳଇ ଏକ ସ୍କୁଟିକୁ ଧକ୍କା ଦେବା ଓ ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଚାପରେ ପଡ଼ି ପୁଲିସ ଅଭିଯୁକ୍ତଙ୍କ ପିତା ତଥା ଶାସକ ଶିବସେନା ନେତା ରାଜେଶ ଶାହଙ୍କୁ ଥାନାରେ ଅଟକ ରଖିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ମିହିର ଶାହ (୨୪) ସେଠାରୁ ଫେରାର୍ ହୋଇଯାଇଛି। ଏହି ଘଟଣାରେ ମିହିରଙ୍କ ପିତା ତଥା ଶିବସେନା ଦଳର ପାଲଘର ଜିଲ୍ଲା ଉପାଧ୍ୟକ୍ଷ ରାଜେଶଙ୍କୁ ଥାନାରେ ଅଟକ ରଖିଛି। ପୁଲିସ କହିଛି, କାର୍ଟି ରାଜେଶଙ୍କ ନାମରେ ପଞ୍ଜୀକୃତ ହୋଇଛି। ଏହାସହ ଦୁର୍ଘଟଣା ସମୟରେ କାର୍ରେ ବସିଥିବା ଚାଳକ ରାଜଋଷି ବିତାୱତ୍ଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ମାମଲାର ବିବରଣୀ ଅନୁସାରେ, ରବିବାର ଭୋରରେ ମାଛ ବେପାରୀ ପ୍ରଦୀପ ନଖୱା (୫୦) ନିଜର ପତ୍ନୀ କାବେରୀ (୪୫)ଙ୍କୁ ନେଇ ମାଛ କିଣିବାକୁ କୋଲାବା ଯାଇଥିଲେ। ସେଠାରୁ ଘରକୁ ଫେରିବା ବେଳେ ପ୍ରାୟ ସାଢ଼େ ୫ଟା ବେଳେ ଅର୍ଟେରିଆଲ୍ ଆନିବେସାନ୍ତ ରୋଡ୍ରେ ଏକ ବିଏମ୍ଡବ୍ଲୁ ଦ୍ରୁତଗତିରେ ଆସି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାବେରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଦୀପ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।




