ମୁମ୍ବାଇ ବିମାନ ବନ୍ଦରରେ ୫ ଘଣ୍ଟା ଅଟକିଲା ଏୟାର୍ ଇଣ୍ଡିଆ ବିମାନ
ମୁମ୍ବାଇ: ବ୍ୟାଙ୍କକ ଅଭିମୁଖେ ଉଡ଼ାଣ କରିବାକୁ ଥିବା ଏକ ଏୟାର୍ ଇଣ୍ଡିଆ ବିମାନ ମୁମ୍ବାଇ ବିମାନବନ୍ଦରରେ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅଟକି ରହିଥିଲା। ବିମାନର ଡେଣାରେ କିଛି ନଡ଼ା ଲାଗିଥିବାରୁ ବିମାନଯାତ୍ରା ବିଳମ୍ବିତ ହୋଇଥିଲା ବୋଲି ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଜୁନ୍ ୨୫ରେ ଏଆଇ ୨୩୪୫ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିବା ସମୟରେ ନିୟମିତ ଯାଞ୍ଚରେ ବିମାନର ଡେଣାରେ କିଛି ନଡ଼ା ଲାଗିଥିବା ଦେଖିବାକୁ ମିଳିଥିଲା। ବିମାନ ପୂର୍ବାହ୍ଣ […]
ମୁମ୍ବାଇ: ବ୍ୟାଙ୍କକ ଅଭିମୁଖେ ଉଡ଼ାଣ କରିବାକୁ ଥିବା ଏକ ଏୟାର୍ ଇଣ୍ଡିଆ ବିମାନ ମୁମ୍ବାଇ ବିମାନବନ୍ଦରରେ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅଟକି ରହିଥିଲା। ବିମାନର ଡେଣାରେ କିଛି ନଡ଼ା ଲାଗିଥିବାରୁ ବିମାନଯାତ୍ରା ବିଳମ୍ବିତ ହୋଇଥିଲା ବୋଲି ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଜୁନ୍ ୨୫ରେ ଏଆଇ ୨୩୪୫ ମୁମ୍ବାଇରୁ ଯାତ୍ରା ଆରମ୍ଭ କରିବା ସମୟରେ ନିୟମିତ ଯାଞ୍ଚରେ ବିମାନର ଡେଣାରେ କିଛି ନଡ଼ା ଲାଗିଥିବା ଦେଖିବାକୁ ମିଳିଥିଲା। ବିମାନ ପୂର୍ବାହ୍ଣ ୭ଟା ୪୫ ମିନିଟ୍ରେ ଯାତ୍ରା ଆରମ୍ଭ କରିବାର ଥିଲା। କିନ୍ତୁ ଅପରାହ୍ଣ ଗୋଟାଏ ବେଳେ ଯାତ୍ରା କରିଥିଲା। ଏହି ବିଳମ୍ବ ନେଇ ବିମାନ କର୍ତ୍ତୃପକ୍ଷ ପକ୍ଷରୁ ପ୍ରେସ୍ ସୂଚନା ଜାରି କରାଯାଇଛି। ସୂଚନାନୁସାରେ, ବିମାନର ବାମ ଡେଣାରେ ନଡ଼ା ଲାଗିଥିବାରୁ ବିମାନ ଯାତ୍ରା ବିଳମ୍ବିତ ହୋଇଥିଲା। ଏହାପରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସେମାନଙ୍କୁ ଖାଇବା-ପିଇବାକୁ ଦିଆଯାଇଥିଲା। ତ୍ରୁଟିର ସମାଧାନ ପରେ ବିମାନ ଯାତ୍ରା ଆରମ୍ଭ କରିଥିଲା।




