ମୁମ୍ବାଇ ପୌର ନିର୍ବାଚନରେ ଏକାକୀ ଲଢ଼ିବ କଂଗ୍ରେସ
ମୁମ୍ବାଇ: ଆଗକୁ ହେବାକୁ ଥିବା ମୁମ୍ବାଇ ପୌର ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଏନେଇ ଏକ ବୈଠକ ହୋଇଥିଲା। ବୈଠକରେ ମହାରାଷ୍ଟ୍ର କଂଗ୍ରେସ ନେତାମାନେ ଦଳ ମୁମ୍ବାଇ ପୌର ନିର୍ବାଚନ ମେଣ୍ଟରେ ନଲଢ଼ି ଏକାକୀ ଲଢ଼ିବାପାଇଁ ଦାବି କରିଛନ୍ତି। ଦଳର ନେତାମାନେ ଅନୁଭବ କରୁଛନ୍ତି ଯେ କଂଗ୍ରେସ ଦଳ ଯଦି ଏହାର ଏମ୍ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟ ସହଯୋଗୀ- ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) […]
ମୁମ୍ବାଇ: ଆଗକୁ ହେବାକୁ ଥିବା ମୁମ୍ବାଇ ପୌର ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଏନେଇ ଏକ ବୈଠକ ହୋଇଥିଲା। ବୈଠକରେ ମହାରାଷ୍ଟ୍ର କଂଗ୍ରେସ ନେତାମାନେ ଦଳ ମୁମ୍ବାଇ ପୌର ନିର୍ବାଚନ ମେଣ୍ଟରେ ନଲଢ଼ି ଏକାକୀ ଲଢ଼ିବାପାଇଁ ଦାବି କରିଛନ୍ତି। ଦଳର ନେତାମାନେ ଅନୁଭବ କରୁଛନ୍ତି ଯେ କଂଗ୍ରେସ ଦଳ ଯଦି ଏହାର ଏମ୍ଭିଏ (ମହା ବିକାଶ ଅଘାଡ଼ି) ମେଣ୍ଟ ସହଯୋଗୀ- ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ ଏନ୍ସିପି (ଶରଦ ପାୱାର ଗୋଷ୍ଠୀ) ସହ ଏକାଠି ନିର୍ବାଚନ ଲଢ଼ିବ ତେବେ ଏହା ଏକପାଖିଆ ହୋଇଯିବାର ବିପଦ ରହିଛି। କିନ୍ତୁ ଦଳର ହାଇକମାଣ୍ଡ ଏଯାବତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପକ୍ଷେ ଉଦ୍ଧବ ସେନା ପୌର ନିର୍ବାଚନ ଏକାକୀ ଲଢ଼ିବ ବୋଲି ପୂର୍ବରୁ ଶୁଣାଇ ସାରିଛି। ଉଲ୍ଳେଖଯୋଗ୍ୟ, ଚଳିତ ବର୍ଷ ଶେଷ ଆଡ଼କୁ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ମୁମ୍ବାଇ ପୌର ନିର୍ବାଚନ ହେବ। ଉଲ୍ଲେଖଯୋଗ୍ୟ ଯେ ୨୨୭ ଆସନ ମଧ୍ୟରୁ କଂଗ୍ରେସ ୨୦୧୭ ବିଏମ୍ସି ନିର୍ବାଚନରେ ୩୧ ଆସନରେ ଜିତିଥିଲା। ୨୦୧୨ରେ ଏହା ୫୬ ଏବଂ ୨୦୦୭ରେ ୭୫ ଆସନରେ ଜିତିଥିଲା।




