ମୁମ୍ବାଇ , ପୁନେ ବର୍ଷାରେ ୬ ଜଣଙ୍କ ମୃତ୍ୟୁ
ମୁମ୍ବାଇ: ମୌସୁମୀ ବର୍ଷା ମହାରାଷ୍ଟ୍ରରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ସବୁଠି ଜଳବନ୍ଦୀ ସ୍ଥିତି । ପୁନେରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ବ୍ୟାପକ ଅଂଚଳ ପାଣିଘେରରେ ରହିଥିବାରୁ ଅଣାୟତ୍ତ ସ୍ଥିତି ଉପୁଜିଛି।। ମୁମ୍ବାଇ ଏବଂ ଥାଣେ ଭଳି ପଡ଼ୋଶୀ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଛି।। ଅନ୍ଧେରୀ, ସିଅନ, ଚେମ୍ବୁରରେ ସ୍ଥିତି ଜଟିଳ ରହିଛି। ପୁନେରେ ୪ ଜଣ ଲୋକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। […]
ମୁମ୍ବାଇ: ମୌସୁମୀ ବର୍ଷା ମହାରାଷ୍ଟ୍ରରେ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ସବୁଠି ଜଳବନ୍ଦୀ ସ୍ଥିତି । ପୁନେରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ଏବଂ ବ୍ୟାପକ ଅଂଚଳ ପାଣିଘେରରେ ରହିଥିବାରୁ ଅଣାୟତ୍ତ ସ୍ଥିତି ଉପୁଜିଛି।। ମୁମ୍ବାଇ ଏବଂ ଥାଣେ ଭଳି ପଡ଼ୋଶୀ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତିର ସମ୍ମୁଖୀନ ହୋଇଛି।। ଅନ୍ଧେରୀ, ସିଅନ, ଚେମ୍ବୁରରେ ସ୍ଥିତି ଜଟିଳ ରହିଛି। ପୁନେରେ ୪ ଜଣ ଲୋକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ସେହିପରି ଥାନେରେ ୨ ଜଣ ଲୋକଙ୍କର ଡ୍ୟାମ୍ ପାଣିରେ ପଶି ମୃତ୍ୟୁ ହୋଇଛି। ଉଭୟ ମୁମ୍ବାଇ ଏବଂ ପୁନେରେ ରେଡ୍ ଆଲର୍ଟ ଜାରି ହୋଇଛି। ପୁନେରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମ୍ ଏବଂ ସେନା ମୁତୟନ ହୋଇଛନ୍ତି। ପୁନେର ସିଂହଗଡ଼ ଅଞ୍ଚଳ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଆବଶ୍ୟକ ପଡ଼ିଲେ ବନ୍ୟାରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯିବ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ଥିତି ସମୀକ୍ଷା କରିଛନ୍ତି ଏବଂ ସତର୍କ ରହିବାପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପୁନେ ଜିଲ୍ଲାପାଳ ୪୮ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସମସ୍ତ ପର୍ଯ୍ୟଟନ ସ୍ଥଳ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଲୋକମାନଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବାପାଇଁ ମନା କରାଯାଇଛି। ମହାରାଷ୍ଟ୍ରରେ ୪ଟି ନଦୀ ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି।




