ମୁମ୍ବାଇ, ଥାନେରେ ବର୍ଷା ବିପର୍ଯ୍ୟୟ, ୩ ମୃତ

ନୂଆଦିଲ୍ଲୀ : ମୁମ୍ବାଇରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଗୁରୁବାର ଦିନ ପୁଣି ଏକ ଗଛ ପଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୁଧବାର ଦିନ ଗଛ ପଡ଼ିବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ‌ହୋଇଥିଲା। ଏଥିସହ ମୁମ୍ବାଇରେ ବର୍ଷା ଜନିତ କାରଣ ପାଇଁ ୩ ଜଣଙ୍କ ମୃତ୍ୟୁ ହେଲାଣି। ଥାନେ ଏବଂ ପଲଘର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଅଣାୟତ୍ତ ସ୍ଥିତି ସୃଷ୍ଟି […]

Samaya Live Picture
Published On

ନୂଆଦିଲ୍ଲୀ : ମୁମ୍ବାଇରେ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଗୁରୁବାର ଦିନ ପୁଣି ଏକ ଗଛ ପଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୁଧବାର ଦିନ ଗଛ ପଡ଼ିବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ‌ହୋଇଥିଲା। ଏଥିସହ ମୁମ୍ବାଇରେ ବର୍ଷା ଜନିତ କାରଣ ପାଇଁ ୩ ଜଣଙ୍କ ମୃତ୍ୟୁ ହେଲାଣି। ଥାନେ ଏବଂ ପଲଘର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଥାନେରେ ଡ୍ରେନ୍‌ରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଥାନେ ସହର ଗତ ୨୪ ଘଣ୍ଟା ମଧ୍ୟ‌ରେ ୨୦୦.୦୮ ମିମି ବର୍ଷାଜଳ ଗ୍ରହଣ କରିଛି। ଆଇଏମ୍‌ଡି ଆଜି ମହାରାଷ୍ଟ୍ରର ୬ ଜିଲ୍ଲା ପଲଘର,ରାୟଗଡ଼, ଥାନେ, ରତ୍ନଗିରି , ସିନ୍ଧୁଦୁର୍ଗ ଏବଂ ନାଶିକରେ ଅରେଂଜ ଆଲର୍ଟ ଜାରି କରିଛି। ଉକ୍ତ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

Tags: