ମୁମ୍ବାଇରେ ୭ ମହଲା ବିଶିଷ୍ଟ କୋଠା‌ରେ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ : ମୁମ୍ବାଇର ଗୋରେଗାଓଁ‌ରେ ଆଜି ଏକ ୭ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋରେଗାଓଁର ଜୟ ଭାବନୀ ବିଲ୍ଡିଂରେ ଭୋର ପ୍ରାୟ ୩ଟା ସମୟରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ‌ସେମାନଙ୍କୁ ବଞ୍ଚାଇ ହେଲାନି। ୭ ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ୪୦ ଆହତଙ୍କ ମଧ୍ୟରେ ୨୮ ଜଣ […]

Samaya Live Picture
Published On

ମୁମ୍ବାଇ : ମୁମ୍ବାଇର ଗୋରେଗାଓଁ‌ରେ ଆଜି ଏକ ୭ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋରେଗାଓଁର ଜୟ ଭାବନୀ ବିଲ୍ଡିଂରେ ଭୋର ପ୍ରାୟ ୩ଟା ସମୟରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ‌ସେମାନଙ୍କୁ ବଞ୍ଚାଇ ହେଲାନି। ୭ ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ୪୦ ଆହତଙ୍କ ମଧ୍ୟରେ ୨୮ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଅଛନ୍ତି। ୨ ଜଣ ନାବାଳକ ମଧ୍ୟ ଅଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Tags: