ମୁମ୍ବାଇରେ ୧୨ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ

ମୁମ୍ବାଇ : ମୁମ୍ବାଇରେ ଜଣେ ୧୨ ବର୍ଷର ନାବାଳିକା ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଦାଦର ରେଳ ଷ୍ଟେସନ୍‌ରେ ଭୀଷଣ ମାନସିକ ଆଘାତରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଲା। ‌ଯୋଗେଶ୍ବରୀ ଥାନା ଅଧୀନସ୍ଥ ସଂଜୟନଗର ଅଞ୍ଚଳରେ ଫେବ୍ରୁଆରି ୨୬ ତାରିଖରେ ଏହି ଘଟଣା ଘଟିଛି। ସୂଚନାନୁଯାୟୀ, ଜଣେ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲା ଯେଉଁଠାରେ […]

Samaya Live Picture
Published On

ମୁମ୍ବାଇ : ମୁମ୍ବାଇରେ ଜଣେ ୧୨ ବର୍ଷର ନାବାଳିକା ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ପୀଡ଼ିତା ଦାଦର ରେଳ ଷ୍ଟେସନ୍‌ରେ ଭୀଷଣ ମାନସିକ ଆଘାତରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଲା। ‌ଯୋଗେଶ୍ବରୀ ଥାନା ଅଧୀନସ୍ଥ ସଂଜୟନଗର ଅଞ୍ଚଳରେ ଫେବ୍ରୁଆରି ୨୬ ତାରିଖରେ ଏହି ଘଟଣା ଘଟିଛି। ସୂଚନାନୁଯାୟୀ, ଜଣେ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲା ଯେଉଁଠାରେ ପୂର୍ବରୁ ଅନ୍ୟ ୪ ଅଭିଯୁକ୍ତ ଥିଲେ। ୫ ଅଭିଯୁକ୍ତ ଏହାପରେ ନାବାଳିକାଙ୍କୁ ସାଂଘାତିକ ନିର୍ଯାତନା ଦେଇଥିଲେ ଏବଂ ପରେ ଦାଦର ରେଳ ଷ୍ଟେସନ୍‌ ନିକଟରେ ତାଙ୍କୁ ଛାଡ଼ି ଯାଇଥିଲେ। ଫେବ୍ରୁଆରି ୨୭ ତାରିଖରେ ରେଳବାଇ ପୁଲିସ ପୀଡ଼ିତାଙ୍କୁ ଦାଦର ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନମ୍ବର ୧୨ରେ ପାଇଥିଲା। ପୀଡ଼ିତା କଥା କହିପାରୁ ନଥିଲେ ଏବଂ ଅତି ଜଟିଳ ମାନସିକ ସ୍ଥିତିରେ ଥିଲେ। ପ୍ରଥମେ ସେମାନେ ପୀଡ଼ିତା ମନରେ ବିଶ୍ବାସ ଜନ୍ମାଇବାପରେ ପୀଡ଼ିତାଙ୍କଠାରୁ ସବୁ କଥା ବୁଝିଥିଲେ। ପୀଡ଼ିତାଙ୍କୁ ତୁରନ୍ତ ଯୋଗେଶ୍ବରୀ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଉକ୍ତ ଘଟଣାରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ମାମଲାରେ ସମସ୍ତ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି।

Tags: