ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା, ସହରରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଛି। ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଖବଡ଼ ହାଉସ ବା ଛବାଡ଼ ହାଉସ୍ ଚାରିପଟେ ମୁମ୍ବାଇ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ରାଜସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରିଥିବା ଆତଙ୍କବାଦୀଙ୍କଠାରୁ ଖବଡ଼ ହାଉସ୍‌ର ଫଟୋ ମିଳିବା ପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ୨୦୦୮ରେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଟାର୍ଗେଟ ଥିଲା ଖବଡ଼ ହାଉସ୍। ନିକଟରେ ମଧ୍ୟପ୍ରଦେଶର ରତଲମ ବାସିନ୍ଦା ମହମ୍ମଦ […]

Samaya Live Picture
Published On

ନୂଆଦିଲ୍ଲୀ : ମୁମ୍ବାଇରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହୋଇଛି। ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଖବଡ଼ ହାଉସ ବା ଛବାଡ଼ ହାଉସ୍ ଚାରିପଟେ ମୁମ୍ବାଇ ପୁଲିସ ସୁରକ୍ଷା କଡ଼ାକଡ଼ି କରିଛି। ରାଜସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରିଥିବା ଆତଙ୍କବାଦୀଙ୍କଠାରୁ ଖବଡ଼ ହାଉସ୍‌ର ଫଟୋ ମିଳିବା ପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ୨୦୦୮ରେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଟାର୍ଗେଟ ଥିଲା ଖବଡ଼ ହାଉସ୍। ନିକଟରେ ମଧ୍ୟପ୍ରଦେଶର ରତଲମ ବାସିନ୍ଦା ମହମ୍ମଦ ଇମ୍ରାନ ମହମ୍ମଦ ୟୁନୁସ ଖାନ ଓ ମହମ୍ମଦ ୟୁନୁସ ମହମ୍ମଦ ୟୁକୁବ ସାକିକୁ ଆତଙ୍କବାଦ ନିରୋଧ ସ୍କ୍ବାଡ୍ ପୁଣେରୁ ଗିରଫ କରିଥି‌ଲା। ସେମାନଙ୍କଠାରୁ ଖବଡ଼ ହାଉସର ଗୁଗ୍‌ଲ ଫଟୋ ମିଳିଛି। ଉଭୟ ଅଭିଯୁକ୍ତଙ୍କୁ ୟୁଏପିଏରେ ଗିରଫ କରାଯାଇଛି। ଜେରାବେଳେ ସେମାନେ ସ୍ବୀକାର କରିଛନ୍ତି ଯେ ଦେଶର ଏକତା ଓ ନିରାପତ୍ତା ନଷ୍ଟ କରିବା ପାଇଁ ଦେଶବିରୋଧୀ କାର୍ଯ୍ୟକଳାପରେ ସେମାନେ ଜଡ଼ିତ ଥିଲେ। ସେମାନେ ବୋମା ତିଆରିର ତାଲିମ ନେବା ସହ ଏଥିପାଇଁ ଆବଶ୍ୟକ ସରଞ୍ଜାମ ନିଜ ପାଖରେ ରଖିଥିଲେ। ସେମାନଙ୍କ ପାଖରୁ ଏଟିଏସ୍ ଏକ ତମ୍ବୁ ମଧ୍ୟ ଜବତ କରିଛି। ଏହି ତମ୍ବୁକୁ ସେମାନେ ଭବିଷ୍ୟତରେ ଦରକାର ବେଳେ ଜଙ୍ଗଲରେ ଆଶ୍ରୟ ନେବା ପାଇଁ ବ୍ୟବହାର କରିଥାନ୍ତେ। ସେହିପରି ଲାପଟପ, ଆରବୀ ଭାଷାରେ ଲିଖିତ ପୁସ୍ତିକା, ଧଳା ବିସ୍ଫୋରକ ପାଉଡର, ଓଜନ ଯନ୍ତ୍ର, ଡ୍ରୋନ, ବୈଦ୍ୟୁତିକ ସର୍କିଟ ଓ ସୋଲ୍‌ଡରିଂ ମେସିନ ମଧ୍ୟ ସେମାନଙ୍କ ନିକଟରୁ ଜବତ କରାଯାଇଛି ।

Tags: