ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଓ ବର୍ଷା, ବିଲବୋର୍ଡ ଭାଙ୍ଗି ୮ ଜଣଙ୍କ ମୃତ୍ୟୁ, ୬୦ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇରେ ଆଜି ପ୍ରବଳ ଧୂଳିଝଡ଼ ଏବଂ ବର୍ଷା ହୋଇଛି। ଧୂଳିଝଡ଼ ଯୋଗୁଁ ଏକ ବିଶାଳ ବିଲ୍ବୋର୍ଡ ଭାଙ୍ଗି ରାସ୍ତା ଉପରେ ଖସି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ପ୍ରାୟ ୨୦ ଜଣ ଲୋକ ଭାଙ୍ଗି ଯାଇଥିବା ବିଲବୋର୍ଡ ତଳେ ଫସିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଛି। ଆହତ ମାନଙ୍କୁଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ […]

Samaya Live Picture
Published On

ମୁମ୍ବାଇ: ମୁମ୍ବାଇରେ ଆଜି ପ୍ରବଳ ଧୂଳିଝଡ଼ ଏବଂ ବର୍ଷା ହୋଇଛି। ଧୂଳିଝଡ଼ ଯୋଗୁଁ ଏକ ବିଶାଳ ବିଲ୍ବୋର୍ଡ ଭାଙ୍ଗି ରାସ୍ତା ଉପରେ ଖସି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ପ୍ରାୟ ୨୦ ଜଣ ଲୋକ ଭାଙ୍ଗି ଯାଇଥିବା ବିଲବୋର୍ଡ ତଳେ ଫସିଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଉଛି। ଆହତ ମାନଙ୍କୁଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅନେକ ଗାଡ଼ି ଭା୍ଙ୍ଗିଯାଇଛି। ଧୂଳିଝଡ଼ ପାଇଁ ସହରରେ ଟ୍ରାଫିକ୍ ସେବା ସହ ବିମାନଯାତ୍ରା ମଧ୍ୟ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ସୂଚନାନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୩ଟାରେ ମୁମ୍ବାଇର ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଥିଲା। ଏହାପରେ ପ୍ରାୟ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଚାରିଦିଗ ଧୂଳିରେ ଭର୍ତ୍ତି ହୋଇଯାଇଥିଲା। ଏହାର ପ୍ରଭାବ ବିଶେଷ ଭାବେ ଘଟକୋପାର, ବାନ୍ଦ୍ରା କୁର୍ଲା, ଧରାବି ଅଞ୍ଚଳରେ ଅଧିକ ଅନୁଭୂତ ହୋଇଥିଲା। ହଠାତ୍ ପାଗ ପରିବର୍ତ୍ତନ ଓ ଧୂଳି ଝଡ଼ ଯୋଗୁଁ କେତେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟିଛି। ଫଳରେ ୩୫ ଜଣ ଆହତ ହୋଇଥିବା ଜଣାଯାଇଛି। ଘଟକୋପାରର ଚେଡ୍ଡାନଗର ଛକଠାରେ ଏକ ୧୦୦ ଫୁଟର ବିଲ୍ବୋର୍ଡ ଖସି ପଡ଼ିବା ଫଳରେ ଏକ ପେଟ୍ରୋଲ୍ ପମ୍ପ୍ର ବ୍ୟାପକ କ୍ଷତି ହୋଇଛି। ପେଟ୍ରୋଲ ପମ୍ପ୍ ମଧ୍ୟରେ ଥିବା ଗ୍ରାହକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି।

Tags: