ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ଆଜି, ୨୮ ଦଳ ଯୋଗ ଦେବେ

ମୁମ୍ବାଇ: ଆଜି ସନ୍ଧ୍ୟା‌ରୁ ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଆରମ୍ଭ ହେବ। ବିରୋଧୀ ଦଳ ନେତାମାନେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ପ୍ରଥମେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଆଜି ଅନୌପଚାରିକ ବୈଠକ କରିବେ। ଏହାପରେ ଆସନ୍ତାକାଲି ଔପଚାରିକ ବୈଠକ ହେବ। ଏନ୍‌ସିପି ନେତା ଶରଦ ପାୱାର କହିଛନ୍ତି, ୨୮ଟି ରାଜନୈତିକ ଦଳର ମୋଟ୍‌ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବେ। ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍‌ଜେଡି ମୁଖ୍ୟ […]

Samaya Live Picture
Published On

ମୁମ୍ବାଇ: ଆଜି ସନ୍ଧ୍ୟା‌ରୁ ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଆରମ୍ଭ ହେବ। ବିରୋଧୀ ଦଳ ନେତାମାନେ ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ପ୍ରଥମେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଆଜି ଅନୌପଚାରିକ ବୈଠକ କରିବେ। ଏହାପରେ ଆସନ୍ତାକାଲି ଔପଚାରିକ ବୈଠକ ହେବ। ଏନ୍‌ସିପି ନେତା ଶରଦ ପାୱାର କହିଛନ୍ତି, ୨୮ଟି ରାଜନୈତିକ ଦଳର ମୋଟ୍‌ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବେ। ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ ବୈଠକରେ ଏଜେଣ୍ଡା ପ୍ରସ୍ତୁତ ହେବ। ମିଳିଥିବା ସୂଚନାନୁଯାୟୀ ଅଧିକରୁ ଅଧିକ ଆଞ୍ଚଳିକ ଦଳ ଏହି ୨୬ ଦଳ ବିଶିଷ୍ଟ ବିରୋଧୀ ମେଣ୍ଟରେ ଯୋଗ ଦେଇପାରନ୍ତି। ତେବେ ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ମୁମ୍ବାଇରେ ପୋଷ୍ଟର ୱାର୍‌ ଆରମ୍ଭ ହୋଇଯାଇଛି। ମେଣ୍ଟର ବିଭିନ୍ନ ସହଯୋଗୀ ଦଳ ଗୁଡ଼ିକ ନିଜ ନିଜ ଦଳର ନେତାଙ୍କ ପାଇଁ ମୁମ୍ବାଇର ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ହୋର୍ଡିଂ ଲଗାଇଛନ୍ତି। ଆପ୍‌ର ମହାରାଷ୍ଟ୍ର ବିଭାଗ ଆସନ୍ତାକାଲି ବୈଠକ ହେବାକୁ ଥିବା ହ୍ୟାତ୍‌ ହୋଟେଲ ବାହାରେ କେଜ୍ରିୱାଲ, ସଂଜୟ ସିଂହ ଏବଂ ସ୍ଥାନୀୟ ନେତାଙ୍କ ଫଟୋ ଥିବା ପୋଷ୍ଟର ଲଗାଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପୋଷ୍ଟର ମଧ୍ୟ ମୁମ୍ବାଇରେ ଦେଖିବାକୁ ମିଳିଛି। ଇତି ମଧ୍ୟରେ କଂଗ୍ରେସ ଦ୍ବାରା କରାଯାଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ୍‌ ପାଇଁ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଦଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ଦ୍ବାରା‌ ସେୟାର କରାଯାଇଥିବା ଏକ ପୋଷ୍ଟ୍‌ରେ ରାହୁଲ ଗାନ୍ଧିଙ୍କୁ ଇଣ୍ଡିଆ ମେଣ୍ଟର ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ଉଦ୍ଧବ ଟିମ୍‌ଙ୍କ କର୍ମୀମାନେ ଏହି ପୋଷ୍ଟ୍‌ ଡିଲିଟ୍‌ କରିବାପାଇଁ କଂଗ୍ରେସକୁ କହିଛନ୍ତି। ନଚେତ୍‌ ମୁମ୍ବାଇରେ ଲାଗିଥିବା ଏହି ପୋଷ୍ଟରକୁ ଚିରି ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି।

Tags: