ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଲେ ନୀତୀଶ କୁମାର , ଇଣ୍ଡିଆ ମେଣ୍ଟ ଛାଡ଼ିଲେ

ନୂଆଦିଲ୍ଲୀ: ନୀତୀଶ କୁମାର ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ଅନ୍ୟ ଦଳ ସହ ମେଣ୍ଟରୁ ଓହରିଛନ୍ତି ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି। ନୀତୀଶ ଆଜି ସକାଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ଏବଂ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନୀତୀଶ କାମଚଳା ମୁଖ୍ୟମନ୍ତ୍ରୀ ରହିବାପାଇଁ ରାଜ୍ୟପାଳ କହିଛନ୍ତି। ପରେ ନୀତୀଶ ବିଜେପି […]

Samaya Live Picture
Published On

ନୂଆଦିଲ୍ଲୀ: ନୀତୀଶ କୁମାର ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ଏବଂ ଅନ୍ୟ ଦଳ ସହ ମେଣ୍ଟରୁ ଓହରିଛନ୍ତି ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି। ନୀତୀଶ ଆଜି ସକାଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟିଛନ୍ତି ଏବଂ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ତେବେ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ନୀତୀଶ କାମଚଳା ମୁଖ୍ୟମନ୍ତ୍ରୀ ରହିବାପାଇଁ ରାଜ୍ୟପାଳ କହିଛନ୍ତି। ପରେ ନୀତୀଶ ବିଜେପି ବିଧାୟକମାନଙ୍କର ତାଙ୍କ ପ୍ରତି ସମର୍ଥନ ଥିବା ନେଇ ରାଜ୍ୟପାଳଙ୍କ ନିକଟରେ ଏକ ଚିଠି ରଖିଥିଲେ। ରାଜ୍ୟପାଳ ଏହି ଚିଠି ଗ୍ରହଣ କରିଛନ୍ତି। ନୀତୀଶ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଯାତଉଛନ୍ତି। ନୀତୀଶ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇ ଏହି ସରକାରକୁ ଭାଙ୍ଗିଦେଲି। ମୁଁ ସବୁଆଡ଼ୁ ପରାମର୍ଶ ପାଇବାପରେ ଏହିର ନିଷ୍ପତ୍ତି ନେଲି। ନୀତୀଶ କହିଛନ୍ତି, ଏକ ନୂଆ ସମ୍ପର୍କ ପାଇଁ ମୁଁ ପୂର୍ବରୁ ଏକ ମେଣ୍ଟ ଛାଡ଼ି ଦେଇଥିଲି। କିନ୍ତୁ ପରିସ୍ଥିତି ଠିକ୍ ରହିଲାନି। ତେଣୁ ମୁଁ ଇସ୍ତଫା ଦେଲି ବୋଲି ନୀତୀଶ କହିଛନ୍ତି। ନୀତୀଶ କହିଛନ୍ତି, ଦଳୀୟ ନେତାଙ୍କ ପରାମର୍ଶ କ୍ରମେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନୀତୀଶ କହିଛନ୍ତି, ମେଣ୍ଟ ସହଯୋଗୀଙ୍କ ସହ କାମ କରିବା ଜଟିଳ ହୋଇଯାଉଛି ବୋଲି କହିବାରୁ ସେମାନେ ଇସ୍ତଫା ଦେବାପାଇଁ କହିଲେ।

Tags: