ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢ଼ିବୁ ନାହିଁ : ତେଜସ୍ବୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଟିମେଣ୍ଟରେ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।ଆସନ ବୁଝାମଣାକୁ ନେଇ ଏବଂ ମୁ୍‌ଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ଇଣ୍ଡି ମେଣ୍ଟ ସହଯୋଗୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏତିକି ଦେଳେ ରାଷ୍ଟ୍ରୀୟ ଜନତା ଦଳ ନେତା ‌ତେଜସ୍ବୀ ଯାଦବ ଇଣ୍ଡି ମେଣ୍ଟକୁ କଡ଼ା ‌ଚେତାବନୀ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ଘୋଷଣା ନ ହେଲେ ଆମେ ନିର୍ବାଚନ ଲଢ଼ିବୁନି। ବୈଶାଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […]

ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢ଼ିବୁ ନାହିଁ : ତେଜସ୍ବୀ
Samaya Live Picture
Published On

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଇଣ୍ଟିମେଣ୍ଟରେ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି।ଆସନ ବୁଝାମଣାକୁ ନେଇ ଏବଂ ମୁ୍‌ଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ଇଣ୍ଡି ମେଣ୍ଟ ସହଯୋଗୀମାନଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏତିକି ଦେଳେ ରାଷ୍ଟ୍ରୀୟ ଜନତା ଦଳ ନେତା ‌ତେଜସ୍ବୀ ଯାଦବ ଇଣ୍ଡି ମେଣ୍ଟକୁ କଡ଼ା ‌ଚେତାବନୀ ଦେଇ କହିଛନ୍ତି ଯେ
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଗୁଆ ଘୋଷଣା ନ ହେଲେ ଆମେ ନିର୍ବାଚନ ଲଢ଼ିବୁନି। ବୈଶାଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ତେଜସ୍ବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିନା ଆମେ ନିର୍ବାଚନକୁ ଯିବୁ ନାହିଁ ବୋଲି ଆଗୁଆ ସ୍ପଷ୍ଟ କରୁଛୁ ଏବଂ ସେହି ଆଧାରରେ ପଦକ୍ଷେପ ଗ୍ରହଣ କରିବୁ।’ ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କୁ ଇଣ୍ଡି ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ତେଜସ୍ବୀ ବିଭିନ୍ନ ସମୟରେ ସମର୍ଥନ କରି ଆସିଥିବାରୁ ଏବେ ବିହାର ନିର୍ବାଚନ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ସେ ସର୍ତ୍ତ ରଖିଛନ୍ତି। ତେଜସ୍ବୀଙ୍କ ଭୋଟର ଅଧିକାର ଯାତ୍ରା ଇତିମଧ୍ୟରେ ୩୮ଟି ଜିଲ୍ଲାରେ ୩,୫୦୦ କିଲୋମିଟର ଅତିକ୍ରମ କରି ବେକାରୀ, ଶ୍ରମିକଙ୍କ ପଳାୟନ ପ୍ରସଙ୍ଗ, ମୂଲ୍ୟବୃଦ୍ଧି, ଭ୍ରଷ୍ଟାଚାର ଓ ଆଇନଶୃଙ୍ଖଳା ସମସ୍ୟାକୁ ଉତ୍‌ଥାପନ କରିଛି। ତେଜସ୍ୱୀଙ୍କ ସର୍ତ୍ତ ଏବେ ମହାମେଣ୍ଟ ଉପରେ ଚାପ ସୃଷ୍ଟି କରିଥିବା ବେଳେ କଂଗ୍ରେସ ନେତା କ୍ରିଷ୍ଣା ଆଲାଭାରୁ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ କିଏ ହେବେ, ସେହି ନିଷ୍ପତ୍ତି ବିହାରର ଜନସାଧାରଣ ନେବେ। ସିପିଆଇ(ଏମ୍‌ଏଲ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ମେଣ୍ଟର ବିଜୟ ପରେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ନିଷ୍ପତ୍ତି ନେବାକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସର ହାଇକମାଣ୍ଡ ଏନେଇ କୌଣସି ଟିପ୍ପଣୀ ଦେଇନାହାନ୍ତି।

Tags: