ମୁଁ ଲୁଚିନି, ମିଥ୍ୟା ମାମଲାରେ ମତେ ଫସାଇ ଦିଆଯାଇଛି: ଅମନତୁଲ୍ଲା ଖାନ୍
ନୂଆଦିଲ୍ଲୀ: ଆପ୍ ନେତା ଅମନତୁଲ୍ଲା ଖାନ୍ଙ୍କୁ ଗିରଫ କରିବାପାଇଁ ଦିଲ୍ଲୀ ପୁଲିସ ସର୍ଚ୍ଚ ଅପରେସନ୍ ଜୋରଦାର କରିଥିବାବେଳେ ଓଖ୍ଲା ବିଧାୟକ ଅମନତୁଲ୍ଲା ଦିଲ୍ଲୀ ପୁଲିସକୁ କହିଛନ୍ତି ଯେ ସେ ଆଦୌ ଲୁଚିନାହାନ୍ତି। ଅମନତୁଲ୍ଲା ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିବାପାଇଁ ପୁଲିସ ଅପରେସନ୍ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବାର ଦିନକ ପରେ ସେ ଦିଲ୍ଲୀ ପୁଲିସ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ଅମନତୁଲ୍ଲା କହିଛନ୍ତି ଯେ ମୁଁ ମୋ […]
ନୂଆଦିଲ୍ଲୀ: ଆପ୍ ନେତା ଅମନତୁଲ୍ଲା ଖାନ୍ଙ୍କୁ ଗିରଫ କରିବାପାଇଁ ଦିଲ୍ଲୀ ପୁଲିସ ସର୍ଚ୍ଚ ଅପରେସନ୍ ଜୋରଦାର କରିଥିବାବେଳେ ଓଖ୍ଲା ବିଧାୟକ ଅମନତୁଲ୍ଲା ଦିଲ୍ଲୀ ପୁଲିସକୁ କହିଛନ୍ତି ଯେ ସେ ଆଦୌ ଲୁଚିନାହାନ୍ତି। ଅମନତୁଲ୍ଲା ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିବାପାଇଁ ପୁଲିସ ଅପରେସନ୍ରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବାର ଦିନକ ପରେ ସେ ଦିଲ୍ଲୀ ପୁଲିସ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ଅମନତୁଲ୍ଲା କହିଛନ୍ତି ଯେ ମୁଁ ମୋ ବିଧାନସଭା ନିର୍ବାଚନମଣ୍ଡଳୀରେ ଅଛି। ମୁଁ କେଉଁଠାରେ ଲୁଚିନାହିଁ। ଦିଲ୍ଲୀ ପୁଲିସ ଯେଉଁ ଲୋକକୁ ଗିରଫ କରିବାକୁ ଆସିଥିଲା ସେ ଲୋକ ଏବେ ଜାମିନରେ ବୁଲୁଛି। କିନ୍ତୁ ପୁଲିସ ନିଜର ଭୁଲ୍ ଘୋଡ଼ାଇବାକୁ ଯାଇ ମତେ ମିଥ୍ୟା ମାମଲାରେ ଫସାଇଛି। ଅନ୍ୟପକ୍ଷେ ଡିସିପି ରବି କୁମାର କହିଛନ୍ତି ସେ ଆପ୍ ନେତାଙ୍କଠାରୁ କୌଣସି ଚିଠି ପାଇନାହାନ୍ତି। ଇତି ମଧ୍ୟରେ ଅମନତୁଲ୍ଲା ଖାନ୍ଙ୍କୁ ଗିରଫ କରିବାପାଇଁ ଦିଲ୍ଲୀ ପୁଲିସ ସର୍ଚ୍ଚ ଅପରେସନ୍ ଜୋରଦାର କରିଛି। ପୁଲିସ ଏବଂ ସ୍ବତନ୍ତ୍ର ଟିମ୍ ଦ୍ବାରା ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଛି। ପୁଲିସ ମଧ୍ୟ ୩ ଦିନ ମଧ୍ୟରେ ଅମନତୁଲ୍ଲା ଖାନ୍ଙ୍କୁ ଦ୍ବିତୀୟ ନୋଟିସ୍ ପଠାଇଛି। ତୁରନ୍ତ ତଦନ୍ତ ପ୍ରକ୍ରିୟାରେ ଯୋଗ ଦେବାପାଇଁ ପୁଲିସ ଅମନତୁଲ୍ଳା ଖାନ୍ଙ୍କୁ ନୋଟିସ୍ କରି କହିଛି।




