ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହେ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ମତେ ଛାଡ଼ୁନି : ଗେହଲଟ

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଥିବାବେଳେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କୁ କଟାକ୍ଷ କରିଛନ୍ତି। ଗେହଲଟ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହାନ୍ତି , କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଛାଡ଼ୁନାହିଁ। ରାଜସ୍ଥାନରେ କଂଗ୍ରେସ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ଗେହଲଟ ଆଜି ଏହି ଟିପ୍ପଣୀ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଥିବାବେଳେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କୁ କଟାକ୍ଷ କରିଛନ୍ତି। ଗେହଲଟ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହାନ୍ତି , କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଛାଡ଼ୁନାହିଁ। ରାଜସ୍ଥାନରେ କଂଗ୍ରେସ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ଗେହଲଟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଗେହଲଟଙ୍କର ଏହି ଟିପ୍ପଣୀରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଲୋକମାନେ ହସିଥିଲେ। ଗେହଲଟ କହିଛନ୍ତି, ଜଣେ ମହିଳା ସମର୍ଥକ ମତେ ଦିନେ କହିଥିଲେ ଯେ ମୁଁ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୁଏ ବୋଲି ସେ ଚାହାନ୍ତି। କିନ୍ତୁ ମୁଁ ତାଙ୍କୁ କହିଥିଲି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହେ, କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ମତେ ଛାଡ଼ୁନାହିଁ। ପାଇଲଟଙ୍କୁ କଟାକ୍ଷ କରି ଗେହଲଟ କହିଛନ୍ତି, ତାଙ୍କ ଭିତରେ ଏମିତି କିଛି ଅଛି, ଯେଉଁଥିପାଇଁ ପାର୍ଟି ହାଇ କମାଣ୍ଡ ତାଙ୍କୁ ୩ ଥର ରାଜ୍ୟର ନେତୃତ୍ବ ନେବାପାଇଁ ଚାହିଛନ୍ତି।

Tags: