ମୁଁ ମରିନି, ବଞ୍ଚିଛି‘ ସର୍ଭିକାଲ କ୍ୟାନସର’ ସଂକ୍ରାନ୍ତରେ ସଚେତନତା ବାଣ୍ଟିବାକୁ ଏମିତି କରିଥିଲି : ପୁନମ ପାଣ୍ଡେ
ନୂଆଦିଲ୍ଲୀ : ମଡେଲ –ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଛି ବୋଲି ଗତକାଲି ଖବର ପ୍ରସାରିତ ହୋଇଥିଲା। କିନ୍ତୁ ବାସ୍ତବରେ ଏହି ଖବରଟି ମିଛ। ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇନି। ସେ ଜୀବିତ ଅଛନ୍ତି। ପୁନମ ପାଣ୍ଡେ ଆଜି ନିଜେ ଇନଷ୍ଟାଗ୍ରାମରେ ଘୋଷଣା କରି କହିଛନ୍ତି ଯେ ସେ ମରିନାହାନ୍ତି କି ତାଙ୍କର କିଛି ହୋଇନାହିଁ। ସେ ବିଲକୁଲ ଠିକ୍ ଅଛନ୍ତି। ସର୍ଭିକାଲ କ୍ୟାନସର ସଂକ୍ରାନ୍ତରେ ସଚେତନତା ବୃଦ୍ଧି କରିବାପାଇଁ ଏଭଳି କରାଯାଇଥିଲା ବୋଲି […]
ନୂଆଦିଲ୍ଲୀ : ମଡେଲ –ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଛି ବୋଲି ଗତକାଲି ଖବର ପ୍ରସାରିତ ହୋଇଥିଲା। କିନ୍ତୁ ବାସ୍ତବରେ ଏହି ଖବରଟି ମିଛ। ପୁନମ ପାଣ୍ଡେଙ୍କ ମୃତ୍ୟୁ ହୋଇନି। ସେ ଜୀବିତ ଅଛନ୍ତି। ପୁନମ ପାଣ୍ଡେ ଆଜି ନିଜେ ଇନଷ୍ଟାଗ୍ରାମରେ ଘୋଷଣା କରି କହିଛନ୍ତି ଯେ ସେ ମରିନାହାନ୍ତି କି ତାଙ୍କର କିଛି ହୋଇନାହିଁ। ସେ ବିଲକୁଲ ଠିକ୍ ଅଛନ୍ତି। ସର୍ଭିକାଲ କ୍ୟାନସର ସଂକ୍ରାନ୍ତରେ ସଚେତନତା ବୃଦ୍ଧି କରିବାପାଇଁ ଏଭଳି କରାଯାଇଥିଲା ବୋଲି ସେ କହିଛନ୍ତି। ସର୍ଭିକାଲ କ୍ୟାନସର ଅନେକ ଜୀବନ ନେଉଛି। ତେଣୁ ଏଥିପ୍ରତି ସଚେତନ ହେବା ଆବଶ୍ୟକ। ପୁନମ ପାଣ୍ଡେ ଏ ଦିଗରେ ସଚେତନା ସୃଷ୍ଟି କରିବାପାଇଁ ଏକ ଭିନ୍ନ ଦିଗ ଆପଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୁନମ ପାଣ୍ଡେଙ୍କର ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଛି ବୋଲି ଗତକାଲି ଖବର ପ୍ରସାରିତ ହେଲା। କିନ୍ତୁ ଆଜି ଜଣାପଡ଼ିଲା ଯେ ତାଙ୍କ ସ୍ବାସ୍ଥ୍ୟ ବିଲକୁଲ୍ ଠିକ୍ ଅଛି।




