ମୁଁ ବିଜେପିକୁ ହିରୋରୁ ଜିରୋ କରିବାକୁ ଚାହେ: ମମତା

କୋଲକାତା: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ବିରୋଧରେ ମହାମେଣ୍ଟ ଗଠନ ପାଇଁ ପ୍ରୟାସ ଜାରି ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ବିରୋଧୀ ଏକତା ଅନ୍ତର୍ଗତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଉଭୟ ମମତା, ନୀତୀଶ ଏବଂ ତେଜସ୍ବୀ ଯାଦବ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ମିଳିତ ସାମ୍ବାଦିକ ସମ୍ମିଳନୀ କରି ମମତା କହିଛନ୍ତି, ଆମେ ଏକାଠି ଆଗକୁ ବଢ଼ିବୁ। ଆମର କୌଣସି […]

Samaya Live Picture
Published On

କୋଲକାତା: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ବିରୋଧରେ ମହାମେଣ୍ଟ ଗଠନ ପାଇଁ ପ୍ରୟାସ ଜାରି ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଆଜି ବିରୋଧୀ ଏକତା ଅନ୍ତର୍ଗତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଉଭୟ ମମତା, ନୀତୀଶ ଏବଂ ତେଜସ୍ବୀ ଯାଦବ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ମିଳିତ ସାମ୍ବାଦିକ ସମ୍ମିଳନୀ କରି ମମତା କହିଛନ୍ତି, ଆମେ ଏକାଠି ଆଗକୁ ବଢ଼ିବୁ। ଆମର କୌଣସି ବ୍ୟକ୍ତିଗତ ଅହଙ୍କାର ନାହିଁ। ଆମେ ସମସ୍ତେ ଏକାଠି କାମ କରିବାକୁ ଚାହୁ। ମମତା କହିଛନ୍ତି, ମୁଁ କେବଳ ନୀତୀଶଙ୍କୁ ଗୋଟିଏ ଅନୁରୋଧ କରିବାକୁ ଚାହୁଛି। ଜୟପ୍ରକାଶଜୀଙ୍କ ଆନ୍ଦୋଳନ ବିହାରରୁ ଆରମ୍ଭ ହୋଇଥିଲା। ଯଦି ଆମେ ବିହାରରେ ସର୍ବଦଳୀୟ ବୈଠକ କରିପାରିବା ତେବେ ଆମେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନେଇପାରିବା। କିନ୍ତୁ ପ୍ରଥମେ ଆମକୁ ବାର୍ତ୍ତା ଦେବାକୁ ପଡ଼ିବ ଯେ, ଆମେ ଏକ ଅଛୁ। ମୁଁ ପୂର୍ବରୁ ବି କହିଛି ଯେ ମୋର କୌଣସି ଆପତ୍ତି ନାହିଁ। ମୁଁ ବିଜେପିକୁ ଶୂନ କରିବାକୁ ଚାହେ। ସେମାନେ ଗଣମାଧ୍ୟମ ଏବଂ ମିଛର ସହାୟତାରେ ବଡ଼ ହିରୋ ବନିଯାଇଛନ୍ତି। ମୁଁ ବିଜେପିକୁ ଏହି ହିରୋରୁ ଜିରୋ କରିବାକୁ ଚାହେ।

Tags: