ମୁଁ ପଛରୁ ଛୁରୀ ମାରିବିନି କି ବ୍ଲାକମେଲ୍ କରିବିନି : ଡିକେ ଶିବକୁମାର
ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଜାରି ରହିଛି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ଲାଗିଛି। ତେବେ ପାର୍ଟି ହାଇକମାଣ୍ଡ ଆଜି ଏସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଶିବକୁମାର ଗତକାଲି ଦିଲ୍ଲୀ ଗସ୍ତ ବାତିଲ କରିବାପରେ ଆଜି ଦିଲ୍ଲୀ ଯାଇ ପହଞ୍ଚିଛନ୍ତି। ଡିକେ ଶିବକୁମାର କହିଛନ୍ତି, ସେ ପଛରୁ ଛୁରୀ ମାରିବେନି କି ବ୍ଲାକମେଲ୍ କରିବେନି। ଶିବକୁମାର କହିଛନ୍ତି, […]
ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଜାରି ରହିଛି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ଲାଗିଛି। ତେବେ ପାର୍ଟି ହାଇକମାଣ୍ଡ ଆଜି ଏସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଶିବକୁମାର ଗତକାଲି ଦିଲ୍ଲୀ ଗସ୍ତ ବାତିଲ କରିବାପରେ ଆଜି ଦିଲ୍ଲୀ ଯାଇ ପହଞ୍ଚିଛନ୍ତି। ଡିକେ ଶିବକୁମାର କହିଛନ୍ତି, ସେ ପଛରୁ ଛୁରୀ ମାରିବେନି କି ବ୍ଲାକମେଲ୍ କରିବେନି। ଶିବକୁମାର କହିଛନ୍ତି, ଯଦି ଦଳ ଚାହିବ ମତେ ଦାୟିତ୍ବ ଦେବ। ଆମର ଗୋଟିଏ ଘର। ଆମ ସଂଖ୍ୟା ୧୩୫। ମୂଁ କାହାକୁ ବିଭାଜନ କରିବାକୁ ଚାହେନା। ସେମାନେ ମତେ ପସନ୍ଦ କରନ୍ତୁ କି ନକରନ୍ତୁ। ମୁଁ ଜଣେ ଦାୟିତ୍ବବାନ ବ୍ୟକ୍ତି। ମୁଁ ବ୍ଲାକମେଲ୍ କରିବିନି କି ପଛରୁ ଛୁରୀ ମାରିବିନି। ଶିବକୁମାର କହିଛନ୍ତି, ଦଳ ହେଉଛି ମୋ ପାଇଁ ଭଗବାନ। ଆମେ ଏହି ଦଳ ଗଢ଼ିଛୁ। ଆମେ ଏହି ଘର ଗଢ଼ିଛୁ। ମୁଁ ଏହାର ଅଂଶବିଶେଷ। ଜଣେ ମା’ ତା’ ପୁଅକୁ ସବୁକିଛି ଦେବ।




