ମିସନ ‌ଶେଷ କରି ସ୍ଲିପ୍‌ ମୋଡ୍‌କୁ ଗଲା ରୋଭର୍‌ ’ପ୍ରଜ୍ଞା’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ରୋଭର୍‌ ପ୍ରଜ୍ଞା ନିଜ ମିସନ୍‌ ଶେଷ କରିଛି। ଏହାକୁ ସ୍ଲିପ୍‌ ମୋଡ୍‌ରେ ସୁରକ୍ଷିତ ପାର୍କ କରାଯାଇଛି । ଗତ ଅଗଷ୍ଚ ୨୩ ତାରିଖରେ ଚନ୍ଦ୍ରଯାନ ୩ର ନରମ ଅବତରଣ ପରେ ୧୧ ଦିନ ଧରି ପ୍ରଜ୍ଞା ସକ୍ରିୟ ରହିବା ସହ ବିଭିନ୍ନ ତଥ୍ୟ ପ୍ରେରଣ କରିଛି। ଚନ୍ଦ୍ରରେ ସୂର୍ଯ୍ୟାସ୍ତ ସହିତ ଏବେ ପ୍ରଜ୍ଞା ତା’ର ମିସନ୍‌ ‌ଶେଷ କରି ଲ୍ୟାଣ୍ଡର୍‌ ମାଧ୍ୟମରେ ସମସ୍ତ ତଥ୍ୟ ଇସ୍ରୋକୁ ପଠାଇ ସାରିଛି । ଅନ୍ୟପକ୍ଷରେ ଚନ୍ଦ୍ରଯାନ ୩ […]

Samaya Live Picture
Published On

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ରୋଭର୍‌ ପ୍ରଜ୍ଞା ନିଜ ମିସନ୍‌ ଶେଷ କରିଛି। ଏହାକୁ ସ୍ଲିପ୍‌ ମୋଡ୍‌ରେ ସୁରକ୍ଷିତ ପାର୍କ କରାଯାଇଛି । ଗତ ଅଗଷ୍ଚ ୨୩ ତାରିଖରେ ଚନ୍ଦ୍ରଯାନ ୩ର ନରମ ଅବତରଣ ପରେ ୧୧ ଦିନ ଧରି ପ୍ରଜ୍ଞା ସକ୍ରିୟ ରହିବା ସହ ବିଭିନ୍ନ ତଥ୍ୟ ପ୍ରେରଣ କରିଛି। ଚନ୍ଦ୍ରରେ ସୂର୍ଯ୍ୟାସ୍ତ ସହିତ ଏବେ ପ୍ରଜ୍ଞା ତା’ର ମିସନ୍‌ ‌ଶେଷ କରି ଲ୍ୟାଣ୍ଡର୍‌ ମାଧ୍ୟମରେ ସମସ୍ତ ତଥ୍ୟ ଇସ୍ରୋକୁ ପଠାଇ ସାରିଛି । ଅନ୍ୟପକ୍ଷରେ ଚନ୍ଦ୍ରଯାନ ୩ ଲ୍ୟାଣ୍ଡର୍‌ ସଂପୂର୍ଣ୍ଣ ଚାର୍ଜ‌ ହୋଇ ରହିଛି ଏବଂ ସେପ୍‌ଟେମ୍ବର ୨୨ରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟୋଦୟ ହେଲେ ସୋଲାର ପ୍ୟାନେଲଗୁଡ଼ିକ ଆଲୋକ ଗ୍ରହଣ କରିବ। ଚନ୍ଦ୍ରରେ ପୁଣି ସୁର୍ଯ୍ୟୋଦୟ ପରେ ଯଦି କୌଣସି କାରଣରୁ ରୋଭର୍‌ ସ୍ଲିପ୍‌ ମୋଡ୍‌ରୁ ଫେରିବ ନାହିଁ ତା’ହେଲେ ଏହା ସବୁଦିନ ପାଇଁ ଚନ୍ଦ୍ରରେ ଭାରତର ପ୍ରତିନିଧି ଭାବେ ରହିଯିବ ବୋଲି ଇସ୍ରୋ କହିଛି।

Tags: