ମିଲ୍କିପୁର ସମ୍ମାନ ଲଢ଼େଇରେ ଜିତିଲା ବିଜେପି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିଲ୍କିପୁର ଉପନିର୍ବାଚନରେ ହୋଇଥିବା ସମ୍ମାନ ଲଢ଼େଇରେ ବିଜେପି ଜିତିଛି। ସମାଜବାଦୀ ପାର୍ଟିକୁ ପଛରେ ପକାଇ ବିଜେପି ଉକ୍ତ ଆସନର ବିଜୟୀ ହେବାକୁ ଯାଉଛି। ମିଲ୍କିପୁରରେ ୯ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ଚନ୍ଦ୍ରଭାନ ପାସୱାନ ୪୭,୧୭୬ ଖଣ୍ଡ ଭୋଟ ପାଇଥିବା ବେଳେ ସମାଜବାଦୀ ପାର୍ଟିର ଅଜିତ ପ୍ରସାଦ ୨୫,୦୦୦ରୁ ଅଧିକ ଭୋଟରେ ପଛରେ ରହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଯୋଧ୍ୟା ଜିଲ୍ଲାର ଏକ ଅଂଶ ଭାବେ ମିଲ୍କିପୁର ଆସନ ସମାଜବାଦୀ […]

ମିଲ୍କିପୁର ସମ୍ମାନ ଲଢ଼େଇରେ ଜିତିଲା ବିଜେପି
Samaya Live Picture
Published On

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମିଲ୍କିପୁର ଉପନିର୍ବାଚନରେ ହୋଇଥିବା ସମ୍ମାନ ଲଢ଼େଇରେ ବିଜେପି ଜିତିଛି। ସମାଜବାଦୀ ପାର୍ଟିକୁ ପଛରେ ପକାଇ ବିଜେପି ଉକ୍ତ ଆସନର ବିଜୟୀ ହେବାକୁ ଯାଉଛି। ମିଲ୍କିପୁରରେ ୯ ରାଉଣ୍ଡ ଗଣତି ପରେ ବିଜେପି ପ୍ରାର୍ଥୀ ଚନ୍ଦ୍ରଭାନ ପାସୱାନ ୪୭,୧୭୬ ଖଣ୍ଡ ଭୋଟ ପାଇଥିବା ବେଳେ ସମାଜବାଦୀ ପାର୍ଟିର ଅଜିତ ପ୍ରସାଦ ୨୫,୦୦୦ରୁ ଅଧିକ ଭୋଟରେ ପଛରେ ରହିଛନ୍ତି। ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଯୋଧ୍ୟା ଜିଲ୍ଲାର ଏକ ଅଂଶ ଭାବେ ମିଲ୍କିପୁର ଆସନ ସମାଜବାଦୀ ପାର୍ଟି ଏବଂ ବିଜେପି ମଧ୍ୟରେ ଏକ ସମ୍ମାନ ଲଢ଼େଇରେ ପରିଣତ ହୋଇଯାଇଛି। ମିଲକିପୁର ଆସନକୁ ସମାଜବାଦୀ ପାର୍ଟି ଠାରୁ ବିଜେପି ଛଡ଼ାଇ ନେବାକୁ ଯାଉଥିବା ବେଳେ ମିଲ୍କିପୁରରୁ ବିଜେପି ପ୍ରାର୍ଥୀ ଚନ୍ଦ୍ରଭାନୁ ପାସୱାନ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇକହିଛନ୍ତି, ମୁଁ ମୋଦୀଜୀ ଏବଂ ଯୋଗୀଜୀଙ୍କୁ ଧନ୍ୟବାଦ ଜଣାଉଛି। ସମର୍ଥନ ପାଇଁ ମୁଁ ଭୋଟରମାନଙ୍କୁ ଧନ୍ୟବାଦ ଜଣାଉଛି। ମୋତେ ବହୁତ ସମ୍ମାନ ଓ ସମର୍ଥନ ମିଳିଛି।ଏଥିପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ।

Tags: