ମିର୍ଜାପୁର ଠାରେ ମହାବୋଧୀ ଏକ୍ସପ୍ରେସ୍ ଉପରକୁ ଢେଲାମାଡ଼ କରି ଦୁର୍ବୃତ୍ତ ଫେରାର୍
ମିର୍ଜାପୁର: ମିର୍ଜାପୁର ଷ୍ଟେସନ୍ ନିକଟରେ ମହାବୋଧୀ ଏକ୍ସପ୍ରେସ ଉପରେ ଦୁର୍ବୃତ୍ତମାନେ ଢେଲାମାଡ଼ କରିଛନ୍ତି। ରକ୍ଷଣାବେକ୍ଷଣ ଷ୍ଟାଫ୍ ସଦସ୍ୟ ସିଟି ରବିକେଶ ଯାଦବଙ୍କ ସୂଚନାନୁସାରେ, ଗତକାଲି ରାତି ୭ଟା ୨୧ ମିନିଟ୍ରେ ମହାବୋଧୀ ଏକ୍ସପ୍ରେସ୍ (୧୨୩୯୭) ମିର୍ଜାପୁର ଷ୍ଟେସନ୍ ନିକଟରେ ପହଞ୍ଚିବା ପୂର୍ବରୁ ଦକ୍ଷିଣ ପଟୁ ପ୍ରବଳ ଢେଲାମାଡ଼ ହୋଇଥିଲା। ଏହି ଆକ୍ରମଣରୁ କିଛି ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଇଂଜିନ ସଂଲଗ୍ନ ବଗି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଚାଳକ ମୁସ୍ତାକ ଅହମ୍ମଦ କଣ୍ଟ୍ରୋଲ୍ ରୁମକୁ […]
ମିର୍ଜାପୁର: ମିର୍ଜାପୁର ଷ୍ଟେସନ୍ ନିକଟରେ ମହାବୋଧୀ ଏକ୍ସପ୍ରେସ ଉପରେ ଦୁର୍ବୃତ୍ତମାନେ ଢେଲାମାଡ଼ କରିଛନ୍ତି। ରକ୍ଷଣାବେକ୍ଷଣ ଷ୍ଟାଫ୍ ସଦସ୍ୟ ସିଟି ରବିକେଶ ଯାଦବଙ୍କ ସୂଚନାନୁସାରେ, ଗତକାଲି ରାତି ୭ଟା ୨୧ ମିନିଟ୍ରେ ମହାବୋଧୀ ଏକ୍ସପ୍ରେସ୍ (୧୨୩୯୭) ମିର୍ଜାପୁର ଷ୍ଟେସନ୍ ନିକଟରେ ପହଞ୍ଚିବା ପୂର୍ବରୁ ଦକ୍ଷିଣ ପଟୁ ପ୍ରବଳ ଢେଲାମାଡ଼ ହୋଇଥିଲା। ଏହି ଆକ୍ରମଣରୁ କିଛି ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଇଂଜିନ ସଂଲଗ୍ନ ବଗି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଚାଳକ ମୁସ୍ତାକ ଅହମ୍ମଦ କଣ୍ଟ୍ରୋଲ୍ ରୁମକୁ ସୂଚିତ କରିଥିଲେ। ସୂଚନା ପାଇ ଏଏସ୍ଆଇ ଅଶୋକ କୁମାର, ବରିଷ୍ଠ କନ୍ଷ୍ଟେବଳ ଗିରିଧର କୁଶୱାହ ମିର୍ଜାପୁରର ପୂର୍ବ ଓ ପଶ୍ଚିମ ପଟର ସାମଗ୍ରୀ ରଖାଯିବା ସ୍ଥଳର ଯାଞ୍ଚ କରିଥିଲେ। କିନ୍ତୁ ସେଠାରେ କୌଣସି ସନ୍ଦିଗ୍ଧଙ୍କୁ ଠାବ କରିପାରିନଥିଲେ। ଏନେଇ ଏଏସ୍ଆଇ ଲିଖିତ ଅଭିଯୋଗ କରିଛନ୍ତି। ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ରେଳବାଇ ଆଇନର ଧାରା ୧୫୩, ୧୪୭ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଉତ୍ତରକେନ୍ଦ୍ର ରେଳବାଇର ସୂଚନା ଅଧିକାରୀ ଶଶିକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି।




