ମିର୍ଜାପୁରରେ ଟ୍ରକ୍-ଟ୍ରାକ୍ଟର ଧକ୍କା, ୧୦ ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାସ୍ଥିତ ପ୍ରୟାଗରାଜ-ବାରଣାସୀ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମିର୍ଜାପୁର ଏସ୍ପି ଅଭିନନ୍ଦନ କହିଛନ୍ତି, ଶ୍ରମିକମାନେ ବାରାଣସୀକୁ ସେମାନଙ୍କ ଘରକୁ ଫେରୁଥିବା ବେଳେ ବାଟରେ ଜିଟି ରୋଡ୍ରେ ଦୁର୍ଘଟଣା ହୋଇଥିଲା। କଚୱା ନିକଟରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାସ୍ଥିତ ପ୍ରୟାଗରାଜ-ବାରଣାସୀ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଏକ ଦ୍ରୁତଗାମୀ ଟ୍ରକ୍ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମିର୍ଜାପୁର ଏସ୍ପି ଅଭିନନ୍ଦନ କହିଛନ୍ତି, ଶ୍ରମିକମାନେ ବାରାଣସୀକୁ ସେମାନଙ୍କ ଘରକୁ ଫେରୁଥିବା ବେଳେ ବାଟରେ ଜିଟି ରୋଡ୍ରେ ଦୁର୍ଘଟଣା ହୋଇଥିଲା। କଚୱା ନିକଟରେ ଟ୍ରକ୍ଟି ଟ୍ରାକ୍ଟରକୁ ପଛରୁ ଧକ୍କା ଦେଇଥିଲା। ମୃତକମାନେ ହେଉଛନ୍ତି ବାରଣାସୀର ମିର୍ଜାମୁରଦ ଥାନା ଅଧୀନସ୍ଥ ଏକ ଗ୍ରାମର। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଭାନୁ ପ୍ରତାପ (୨୫), ବିକାଶ କୁମାର (୨୦), ଅନୀଲ କୁମାର (୩୫), ସୁରଜ କୁମାର (୨୨), ସନୋହାର (୨୫), ରାକେଶ କୁମାର (୨୫), ପ୍ରେମ କୁମାର (୪୦), ରାହୁଲ କୁମାର (୨୬), ନୀତିନ କୁମାର (୨୨) ଏବଂ ରୋଶନ (୨୭)। ଆହତମାନଙ୍କୁ ବିଏଚ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କରାଯାଉଛି।




