ମିରଟ ହତ୍ୟା ଅଭିଯୁକ୍ତ ଓ ପ୍ରେମିକ ଜେଲ୍‌ରେ ଡ୍ରଗ୍ସ ମାଗିଲେ

ମିରଟ: ମିଟର୍‌ରେ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ପତ୍ନୀ ମୁସ୍କାନ ଏବଂ ପ୍ରେମିକ ସାହିଲ ଜେଲ୍‌ରେ ଏବେ ଡ୍ରଗ୍ସଜନିତ ସମସ୍ୟା ସହ ସଂଘର୍ଷ କରୁଥିବା ଜଣାପଡିଛି । ସୂତ୍ରରୁ ଜଣାପଡିଛି ଯେ ଦୁହେଁ ନିଶାଦ୍ରବ୍ୟରେ ଅଭ୍ୟସ୍ତ ଏବଂ ବିଚାର ବିଭାଗୀୟ ହେପାଜତରେ ରଖାଯିବା ପରଠାରୁ ସେମାନେ ଏଥଇପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ଜେଲରେ ଡ୍ରଗ୍ସ ପାଇଁ ତୁହାକୁ ତୁହା ଅନୁରୋଧ କରୁଥିବା ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ଜେଲ୍ ଭିତରେ ଥିବା […]

Samaya Live Picture
Published On

ମିରଟ: ମିଟର୍‌ରେ ସୌରଭ ରାଜପୁତଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ପତ୍ନୀ ମୁସ୍କାନ ଏବଂ ପ୍ରେମିକ ସାହିଲ ଜେଲ୍‌ରେ ଏବେ ଡ୍ରଗ୍ସଜନିତ ସମସ୍ୟା ସହ ସଂଘର୍ଷ କରୁଥିବା ଜଣାପଡିଛି । ସୂତ୍ରରୁ ଜଣାପଡିଛି ଯେ ଦୁହେଁ ନିଶାଦ୍ରବ୍ୟରେ ଅଭ୍ୟସ୍ତ ଏବଂ ବିଚାର ବିଭାଗୀୟ ହେପାଜତରେ ରଖାଯିବା ପରଠାରୁ ସେମାନେ ଏଥଇପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ଜେଲରେ ଡ୍ରଗ୍ସ ପାଇଁ ତୁହାକୁ ତୁହା ଅନୁରୋଧ କରୁଥିବା ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ଜେଲ୍ ଭିତରେ ଥିବା ନିଶାମୁକ୍ତି କେନ୍ଦ୍ରରେ ନିରୀକ୍ଷଣରେ ରଖାଯାଇଛି। ଯଦି ସେମାନଙ୍କ ଅବସ୍ଥା ଅଧିକ ଖରାପ ହୁଏ, ତେବେ ସେମାନଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇପାରେ। ଏହା ସ୍ଥିର ହେବାକୁ ସେମାନଙ୍କୁ ୮ରୁ ୧୦ ଦିନ ସମୟ ଲାଗିପାରେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମୁସ୍କାନଙ୍କ ପରିବାର ପକ୍ଷରୁ ସାହିଲଙ୍କୁ ଡ୍ରଗ୍ସ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ସେମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୁହେଁ ଡ୍ରଗ୍ସ ଇଞ୍ଜେକ୍ସନ ଏବଂ ଅନ୍ୟ ମାଦକ ପଦାର୍ଥରେ ନିଶାଗ୍ରସ୍ତ ଥିଲେ। ମାର୍ଚ୍ଚ ୪ ତାରିଖରେ ସୌରଭ ରାଜପୁତଙ୍କୁ ନିଶା ଦେଇ ହତ୍ୟା କରାଯିବା ପରେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିଲେ ଏବଂ ଏହାକୁ ସିମେଣ୍ଟ୍‌ରେ ସିଲ୍ କରି ଦିଆଯାଇଥିଲା। ମାର୍ଚ୍ଚ ୧୮ ତାରିଖରେ ରାଜପୁତଙ୍କ ପରିବାର ଲୋକେ ନିଖୋଜ ମାମଲା ରୁଜୁ କରିବା ପରେ ମୁସ୍କାନ ଏବଂ ସାହିଲଙ୍କୁ ଗିରଫ କରାଯାଇଥିଲା। ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କ ଅବସ୍ଥା ଉପରେ ନଜର ରଖିଛନ୍ତି

Tags: