ମିରଟରେ ମୋଦୀଙ୍କ ରାଲି, ଦୁର୍ନୀତି ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷିଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମିରଟରେ ଆଜି ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମିରଟରେ ମୋଦୀ ଆଜି ବିରୋଧୀଙ୍କ ଉପରେ ଦୁର୍ନୀତି ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ବର୍ଷି ମୋଦୀ କହିଛନ୍ତି, ତାଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ତାହା ତାଙ୍କୁ ଦୁର୍ନୀତି ବିରୋଧରେ ଲଢ଼ିବାପାଇଁ ଆଦୌ ଅଟକାଇବନି ଏବଂ ଦୁର୍ନୀତି ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଆଜି ବିରୋଧି ଇଣ୍ଡିଆ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମିରଟରେ ଆଜି ଲୋକସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମିରଟରେ ମୋଦୀ ଆଜି ବିରୋଧୀଙ୍କ ଉପରେ ଦୁର୍ନୀତି ପ୍ରସଙ୍ଗରେ ପ୍ରବଳ ବର୍ଷିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ବର୍ଷି ମୋଦୀ କହିଛନ୍ତି, ତାଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ତାହା ତାଙ୍କୁ ଦୁର୍ନୀତି ବିରୋଧରେ ଲଢ଼ିବାପାଇଁ ଆଦୌ ଅଟକାଇବନି ଏବଂ ଦୁର୍ନୀତି ମାମଲାରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଆଜି ବିରୋଧି ଇଣ୍ଡିଆ ମେଣ୍ଟ ଦିଲ୍ଲୀର ରାମଲିଳା ମଇଦାନରେ ରାଲି କରିଥିବାବେଳେ ମୋଦୀ ଆଜି ମିରଟରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତାମାନେ ଆଜି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଜେଏମଏମ ନେତା ହେମନ୍ତ ସୋରେନଙ୍କ ସମର୍ଥନରେ ରାମଲିଳା ମଇଦାନରେ ରାଲି କରିଛନ୍ତି। ମୋଦୀ କହିଛନ୍ତି, ମୋ ଦେଶକୁ ଦୁର୍ନୀତି କବଳରୁ ରକ୍ଷା କରିବାପାଇଁ ମୁଁ ଏକ ବଡ଼ ଯୁଦ୍ଧ ଲଢ଼ୁଛି। ସେଥିପାଇଁ ସେମାନେ ଆଜି ଜେଲରେ ଅଛନ୍ତି ଏବଂ ଏପରିକି ସୁପ୍ରିମକୋର୍ଟରୁ ବି ଜାମିନ ପାଉନାହାନ୍ତି। ୨ଟି ଗୋଷ୍ଠୀ ମଧ୍ୟରେ ନିର୍ବାଚନ ଲଢ଼ାଯାଉଛି। ଗୋଟିଏ ପକ୍ଷ ହେଉଛି ଏନଡିଏ ଯାହା ଦୁର୍ନୀତି ବିରୋଧରେ ଲଢ଼ୁଛି ଏବଂ ଅନ୍ୟ ଏକ ହେଉଛି ବିରୋଧୀ ଦଳ ଯାହା ଦୁର୍ନୀତିକୁ ସୁରକ୍ଷା ଦେଉଛି।




