ମିଥ୍ୟା ଭିଡିଓ ପ୍ରସାର କରୁଥିବାରୁ କଂଗ୍ରେସକୁ କଡ଼ା ସମାଲୋଚନା କଲେ ଶାହ, କହିଲେ ବିଜେପି ସଂରକ୍ଷଣକୁ ସମର୍ଥନ କରେ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ବିଜେପି ଏସସି, ଏସଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ। ତେବେ କଂଗ୍ରେସ ଦଳ ଶାହଙ୍କର ଏକ ମିଥ୍ୟା ଭିଡିଓ ପ୍ରସାର କରୁଥିବାରୁ ଶାହ ଏଥିପାଇଁ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ବିଜେପି ସଂରକ୍ଷଣକୁ ସୁରକ୍ଷା ଦେବ। ଶାହ କହିଛନ୍ତି, କଂଗ୍ରେସ ମିଥ୍ୟା ପ୍ରଚାର କରୁଛି ଯେ ବିଜେପି ୪୦୦ ଆସନ ପାର୍ କଲେ ସଂରକ୍ଷଣ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ବିଜେପି ଏସସି, ଏସଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରେ। ତେବେ କଂଗ୍ରେସ ଦଳ ଶାହଙ୍କର ଏକ ମିଥ୍ୟା ଭିଡିଓ ପ୍ରସାର କରୁଥିବାରୁ ଶାହ ଏଥିପାଇଁ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ବିଜେପି ସଂରକ୍ଷଣକୁ ସୁରକ୍ଷା ଦେବ। ଶାହ କହିଛନ୍ତି, କଂଗ୍ରେସ ମିଥ୍ୟା ପ୍ରଚାର କରୁଛି ଯେ ବିଜେପି ୪୦୦ ଆସନ ପାର୍ କଲେ ସଂରକ୍ଷଣ ଶେଷ କରିଦେବ। ତେବେ ଏଭଳି ଦାବି ଭିତ୍ତିହୀନ । ଶାହ କହିଛନ୍ତି, ମୁଁ ଏହା ସ୍ପଷ୍ଟ କରିବାକୁ ଚାହେ ଯେ ବିଜେପି ଏସସି, ଏସଟି ଏବଂ ଓବିସି ସଂରକ୍ଷଣକୁ ସମର୍ଥନ କରେ ଏବଂ ସବୁବେଳେ ବିଜେପି ସଂରକ୍ଷଣକୁ ସୁରକ୍ଷା ଦେବ। ଶାହ ଆଜି ଗୌହାଟୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କର ଏକ ଏଡିଟ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଜୋମରଦାର ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଶାହ ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ଶେଷ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଅନେକ କଂଗ୍ରେସ ନେତାମାନେ ସେମାନଙ୍କ ସୋସିଆଲ ମିତିଆ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଦାବି କରିଥିଲେ ଯେ ବିଜେପି ସଂରକ୍ଷଣ ଉଚ୍ଛେଦ କରିବାପାଇଁ ପ୍ରସ୍ତୁତ ହେଉଛି। ଶାହ କହିଛନ୍ତି, କଂଗ୍ରେସ ନେତାମାନଙ୍କର ହତାଶା ଭାବ ଏଭଳି ସ୍ତରକୁ ଚାଲିଯାଇଛି ଯେ ସେମାନେ ମୋର ଏବଂ ଅନ୍ୟ କିଛି ବିଜେପି ନେତାମାନଙ୍କର ମିଥ୍ୟା ଭିଡିଓ ପ୍ରସାର କରୁଛନ୍ତି। କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ, ଦଳୀୟ ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହି ନକଲି ଭିଡିଓକୁ ଫରୱାର୍ଡ କରିବାରେ ବ୍ୟସ୍ତ ଥିଲେ।

Tags: