ମିଥ୍ୟା ଗଣଦୁଷ୍କର୍ମ ମାମଲା ରୁଜୁ କରିଥିବା ଯୁବତୀଙ୍କୁ ସାଢ଼େ ୭ ବର୍ଷ ଜେଲ୍‌ଦଣ୍ଡାଦେଶ

ଲକ୍ଷ୍ନୌ: ଦୁଇ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନରେ ମିଥ୍ୟା ମାମଲା ରୁଜୁ କରିବା ସହ ସରକାରୀ ନିୟମାନୁସାରେ ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ହଡ଼ପ କରିବା ଘଟଣାରେ ଲକ୍ଷ୍ନୌ ଜିଲ୍ଲାର ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟ ଅଭିଯୋଗକାରିଣୀ ଯୁବତୀଙ୍କୁ ୭ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ଦେଇଛନ୍ତି ଏବଂ ୨.୧ ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।ସ୍ବତନ୍ତ୍ର ଜଜ୍‌ ବିବେକାନନ୍ଦ ଶରଣ ତ୍ରିପାଠୀ ମାମଲାର […]

ମିଥ୍ୟା ଗଣଦୁଷ୍କର୍ମ ମାମଲା ରୁଜୁ କରିଥିବା ଯୁବତୀଙ୍କୁ ସାଢ଼େ ୭ ବର୍ଷ ଜେଲ୍‌ଦଣ୍ଡାଦେଶ
Samaya Live Picture
Published On

ଲକ୍ଷ୍ନୌ: ଦୁଇ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନରେ ମିଥ୍ୟା ମାମଲା ରୁଜୁ କରିବା ସହ ସରକାରୀ ନିୟମାନୁସାରେ ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ହଡ଼ପ କରିବା ଘଟଣାରେ ଲକ୍ଷ୍ନୌ ଜିଲ୍ଲାର ସ୍ବତନ୍ତ୍ର ଏସ୍‌ସି/ଏସ୍‌ଟି କୋର୍ଟ ଅଭିଯୋଗକାରିଣୀ ଯୁବତୀଙ୍କୁ ୭ ବର୍ଷ ୬ ମାସ ଜେଲ୍‌ ଦଣ୍ଡ ଦେଇଛନ୍ତି ଏବଂ ୨.୧ ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।ସ୍ବତନ୍ତ୍ର ଜଜ୍‌ ବିବେକାନନ୍ଦ ଶରଣ ତ୍ରିପାଠୀ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ଅଭିଯୋଗକାରିଣୀ ଯୁବତୀଙ୍କୁ ଦୁଇଟି ପ୍ରସଙ୍ଗରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ପ୍ରଥମ, ଜଣେ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସରକାରୀ କର୍ମଚାରୀଙ୍କୁ ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ଆଇପିସିର ଧାରା ୧୮୨ ଅନୁସାରେ ୬ ମାସ ଜେଲ୍‌ ଓ ୧ ହଜାର ଟଙ୍କା ଜରିମାନା। ଦ୍ବିତୀୟ, ନିର୍ଦ୍ଦୋଷ ବ୍ୟକ୍ତିଙ୍କ ବିରୋଧରେ ମିଥ୍ୟା ଅଭିଯୋଗରେ ମାମଲା ରୁଜୁ କରିଥିବା ଘଟଣାରେ ଆଇପିସିର ଧରା ୨୧୧ ଅନୁସାରେ ୭ ବର୍ଷ ଜେଲ୍‌ ଓ ୨ ଲକ୍ଷଟଙ୍କା ଜରିମାନା। ଉଭୟ ଦଣ୍ଡ କ୍ରମାନ୍ବୟରେ ଚାଲିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହା ସହ, ଦୁଷ୍କର୍ମ ପରେ ସରକାରୀ ନିୟମାନୁସାରେ, ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶିରୁ ଯୁବତୀଜଣକ ପ୍ରଥମ ପର୍ଯ୍ୟାୟରେ ପାଇବାକୁ ଥିବା ୨ ଲକ୍ଷ ଟଙ୍କା ନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏହାନୁହେଁ, ଏହି ଅନୁକମ୍ପାମୂଳକ ରାଶିର ୫୦ ପ୍ରତିଶତ ମିଥ୍ୟା ଅଭିଯୋଗରେ ୩ ମାସ ଜେଲ୍‌ ଦଣ୍ଡ ଭୋଗିଥିବା ଦୁଇ ନିରପରାଧଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି।

Tags: