ମିଥୁନ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କଲା ପଶ୍ଚିମବଙ୍ଗ ପୁଲିସ
କୋଲକାତା: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସ ମାମଲା ରୁଜୁ କରିଛି। ଗତମାସରେ ଉତ୍ତର ୨୪ ପ୍ରଗଣାର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମିଥୁନ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିଲେ ବୋଲି ଏତଲାରେ ପୁଲିସ ଉଲ୍ଳେଖ କରିଛି। ଅକ୍ଟୋବର ୨୭ରେ ସଲ୍ଟ ଲେକ୍ର ଇଷ୍ଟ ଜୋନାଲ୍ କଲଚୁରାଲ୍ ସେଣ୍ଟରରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗ ଦେଇ ମିଥୁନ ଚକ୍ରବର୍ତ୍ତୀ ରାଜ୍ୟର ତୃଣମୂଳ କଂଗ୍ରେସ […]
କୋଲକାତା: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ପଶ୍ଚିମବଙ୍ଗ ପୁଲିସ ମାମଲା ରୁଜୁ କରିଛି। ଗତମାସରେ ଉତ୍ତର ୨୪ ପ୍ରଗଣାର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମିଥୁନ ଉତ୍ତେଜନାମୂଳକ ବକ୍ତବ୍ୟ ଦେଇଥିଲେ ବୋଲି ଏତଲାରେ ପୁଲିସ ଉଲ୍ଳେଖ କରିଛି। ଅକ୍ଟୋବର ୨୭ରେ ସଲ୍ଟ ଲେକ୍ର ଇଷ୍ଟ ଜୋନାଲ୍ କଲଚୁରାଲ୍ ସେଣ୍ଟରରେ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗ ଦେଇ ମିଥୁନ ଚକ୍ରବର୍ତ୍ତୀ ରାଜ୍ୟର ତୃଣମୂଳ କଂଗ୍ରେସ ସରକାରକୁ କଠୋର ସମାଲୋଚନା କରିଥିଲେ ଏବଂ ସରକାରକୁ ହଟାଇବାକୁ ଆହ୍ବାନ ଦେଇଥିଲେ। ୨୦୨୬ ବିଧାନସଭା ନିର୍ବାଚନରେ ମସନଦ (ଆସନ) ବିଜେପି ହାତକୁ ଯିବ । ଏଥିପାଇଁ ଯାହା କିଛି କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କହିଥିଲେ। ଏହି ବକ୍ତବ୍ୟ ବିରୋଧରେ ବିଧାନନଗର(ଦକ୍ଷିଣ) ପୁଲିସ ଏକ ମାମଲା ରୁଜୁ କରିଛି। ମିଥୁନ ଚକ୍ରବର୍ତ୍ତୀ ଏତଲା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ବିଜେପି ରାଜ୍ୟ ସଭାପତି ଓକେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ଏହା ଏ ପ୍ରତିଶୋଧ ରାଜନୀତି ଅଟେ। ସେ (ମିଥୁନ୍)କୌଣସି ଉତ୍ତେଜନାମୂଳକ କଥା କହିନଥିଲେ।




