ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା
ଆଇଜଲ: ଜେଡ୍ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ୍) ନେତା ଲାଲଦୁହୋମା ଆଜି ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ଜେଡ୍ପିଏମ୍ ୨୭ଟି ଆସନରେ ବିଜୟୀ ହୋଇଛି। ଲାଲଦୁହୋମା ସର୍ଚ୍ଚସିପ୍ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜିତିଛନ୍ତି। ସେ ମିଜୋ ନ୍ୟାସନାଲ ଫ୍ରଣ୍ଟ୍ର ପ୍ରାର୍ଥୀ ଜେ ମଲସ୍ବାମଜୁଆଲାଙ୍କୁ […]
ଆଇଜଲ: ଜେଡ୍ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ୍) ନେତା ଲାଲଦୁହୋମା ଆଜି ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ଜେଡ୍ପିଏମ୍ ୨୭ଟି ଆସନରେ ବିଜୟୀ ହୋଇଛି। ଲାଲଦୁହୋମା ସର୍ଚ୍ଚସିପ୍ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜିତିଛନ୍ତି। ସେ ମିଜୋ ନ୍ୟାସନାଲ ଫ୍ରଣ୍ଟ୍ର ପ୍ରାର୍ଥୀ ଜେ ମଲସ୍ବାମଜୁଆଲାଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
୭୪ ବର୍ଷୀୟ ଲାଲଦୁହୋମା ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ୧୯୭୭ ମସିହାରେ ସେ ଆଇପିଏସ୍ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।




