ମିଜୋରାମ, ଛତିଶଗଡ଼ ଭୋଟ୍, ୨୦୨୪ ପାଇଁ ବଡ଼ ପରୀକ୍ଷା
ନୂଆଦିଲ୍ଲୀ : ୫ ରାଜ୍ୟ ବିଧାନସଭା ନିର୍ବାଚନ ଆଜିଠାରୁ ଆରମ୍ଭ ହୋଇଛି। ଛତିଶଗଡ଼ରେ ୯୦ ବିଧାନସଭା ଆସନରୁ ଆଜି ୨୦ ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବାବେଳେ ମିଜୋରାମରେ ସମସ୍ତ ୪୦ ଆସନରେ ଆଜି ଗୋଟିଏ ଦିନରେ ଭୋଟ୍ ଗ୍ରହଣ ହେଉଛି। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟରେ ୨୫ ମହିଳା ପ୍ରାର୍ଥୀ ଅଛନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା […]
ନୂଆଦିଲ୍ଲୀ : ୫ ରାଜ୍ୟ ବିଧାନସଭା ନିର୍ବାଚନ ଆଜିଠାରୁ ଆରମ୍ଭ ହୋଇଛି। ଛତିଶଗଡ଼ରେ ୯୦ ବିଧାନସଭା ଆସନରୁ ଆଜି ୨୦ ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବାବେଳେ ମିଜୋରାମରେ ସମସ୍ତ ୪୦ ଆସନରେ ଆଜି ଗୋଟିଏ ଦିନରେ ଭୋଟ୍ ଗ୍ରହଣ ହେଉଛି। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ପ୍ରଥମ ପର୍ଯ୍ୟାୟରେ ୨୫ ମହିଳା ପ୍ରାର୍ଥୀ ଅଛନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅଛି। ତେବେ ଏହି ବିଧାନସଭା ନିର୍ବାଚନ କେନ୍ଦ୍ରରେ ବିଜେପି ଏବଂ ନୂଆ କରି ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ପାଇଁ ଏକ ଅଗ୍ନି ପରୀକ୍ଷା ସଦୃଶ। ଛତିଶଗଡ଼ରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ମୁଖ୍ୟ ଲଢ଼େଇ ହେଉଛି। କଂଗ୍ରେସ ଛତିଶଗଡ଼ରେ ଲଗାତାର ଦ୍ବିତୀୟ ଥର କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ମହାଦେବ ବେଟିଂ ଆପ୍ ମାମଲାକୁ ନେଇ ଆସିଥିବା ଦୁର୍ନୀତି ଅଭିଯୋଗ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ଭୋଟ୍ ପାଇଁ ଛତିଶଗଡ଼ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ରେ ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ନକ୍ସଲ ପ୍ରବଣ ବସ୍ତର ଡିଭିଜନ୍ରେ ୬୦୦ରୁ ଅଧିକ ଭୋଟିଂ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଛି । ମିଜୋରାମରେ ମଧ୍ୟ ଭୋଟ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଛତିଶଗଡ଼ରେ ଆଜି ଭୋଟ୍ ଗ୍ରହଣ ହେଉଥିବା ୧୨ଟି ଆସନ ମାଓ ପ୍ରବଣ ବସ୍ତର ଅଞ୍ଚଳରେ ଅବସ୍ଥିତ। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ କେତେକ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଭାବନା ବୋରା, ଲତା ଉସେଣ୍ଡି, ଗୌତମ ୟୁକେ। ସେହିପରି କଂଗ୍ରେସର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ମହମ୍ମଦ ଆକବର, ସାବିତ୍ରୀ ମନୋଜ ମାଣ୍ଡବି, ପୂର୍ବତନ ରାଜ୍ୟ ବିଭାଗ ମୁଖ୍ୟ ମୋହନ ମରକମ୍, ବିକ୍ରମ ମାଣ୍ଡଭୀ ଏବଂ କାୱାସି ଲଖ୍ମା।




