ମିଜୋରାମରେ ମୈତେୟୀଙ୍କ ଜୀବନ ପ୍ରତି ବିପଦ, ତୁରନ୍ତ ମଣିପୁର ଫେରାଇବାକୁ ସରକାରଙ୍କ ଯୋଜନା
ଇମ୍ଫାଲ: ମଣିପୁରରେ କୁକି ମହିଳାଙ୍କ ପ୍ରତି ହିଂସା ବଢ଼ିବାପରେ ମିଜୋରାମରେ ରହୁଥିବା ମୈତେୟୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ସେମାନଙ୍କୁ ତୁରନ୍ତ ରାଜ୍ୟ ଛାଡ଼ି ଚାଲିଯିବାକୁ ମିଜୋରାମର ପୂର୍ବତନ ଉଗ୍ରବାଦୀ ଗୋଷ୍ଠୀ ‘ପାମ୍ରା’ ତରଫରୁ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମଣିପୁର ସରକାର ଆଇଜଲରୁ ମୈତେୟୀମାନଙ୍କୁ ବିମାନରେ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ବିଚାରବିମର୍ଶ ଜାରି ରଖିଛନ୍ତି । ମଣିପୁରରେ ମୈତେୟୀ ସମ୍ପ୍ରଦାୟର ଆଦିବାସୀ ମାନ୍ୟତା ଦାବିକୁ ନେଇ ଦୀର୍ଘ ପ୍ରାୟ ତିନିମାସ ହେଲା […]
ଇମ୍ଫାଲ: ମଣିପୁରରେ କୁକି ମହିଳାଙ୍କ ପ୍ରତି ହିଂସା ବଢ଼ିବାପରେ ମିଜୋରାମରେ ରହୁଥିବା ମୈତେୟୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ସେମାନଙ୍କୁ ତୁରନ୍ତ ରାଜ୍ୟ ଛାଡ଼ି ଚାଲିଯିବାକୁ ମିଜୋରାମର ପୂର୍ବତନ ଉଗ୍ରବାଦୀ ଗୋଷ୍ଠୀ ‘ପାମ୍ରା’ ତରଫରୁ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମଣିପୁର ସରକାର ଆଇଜଲରୁ ମୈତେୟୀମାନଙ୍କୁ ବିମାନରେ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ବିଚାରବିମର୍ଶ ଜାରି ରଖିଛନ୍ତି । ମଣିପୁରରେ ମୈତେୟୀ ସମ୍ପ୍ରଦାୟର ଆଦିବାସୀ ମାନ୍ୟତା ଦାବିକୁ ନେଇ ଦୀର୍ଘ ପ୍ରାୟ ତିନିମାସ ହେଲା କୁକି ଆଦିବାସୀଙ୍କ ସହ ସେମାନଙ୍କର ସଂଘର୍ଷ ଚାଲିଛି। ମିଜୋରାମର ଉକ୍ତ ଉଗ୍ରବାଦୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ, ମେ ୪ ତାରିଖରେ ମଣିପୁରରେ ମୈତେୟୀ ସମ୍ପ୍ରଦାୟର ଲୋକଙ୍କ ଦ୍ବାରା ଦୁଇଜଣ କୁକି ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ବିଚ୍ ରାସ୍ତାରେ ଚଲାଯିବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ମିଜୋ ଯୁବକମାନେ ଉତ୍ତ୍ୟକ୍ତ ଅବସ୍ଥାରେ ଅଛନ୍ତି। ତେଣୁ ମୈତେୟୀମାନେ ନିଜର ସୁରକ୍ଷା ପାଇଁ ତୁରନ୍ତ ଦେଶ ଛାଡ଼ି ଚାଲିଯାଆନ୍ତୁ। ମଣିପୁର ସରକାର ମିଜୋରାମରୁ ମୈତେୟୀମାନଙ୍କୁ ଆଇଜଲରୁ ଇମ୍ଫାଲ ଓ ଆଇଜଲରୁ ସିଲଚର ଚାଲୁଥିବା ସ୍ବତନ୍ତ୍ର ଏଟିଆର ବିମାନ ଯୋଗେ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି। ତେବେ ଆଇଜଲରେ ମୈତେୟୀମାନଙ୍କ ସୁରକ୍ଷା ପାଇଁ ମିଜୋରାମ ପୁଲିସ ପଦକ୍ଷେପ ନେଉଛି। ଅନେକ ମୈତେୟୀ ନାଗରିକ ମିଜୋରାମ ଛାଡ଼ିବା ଆରମ୍ଭ କରିଦେଇଛନ୍ତି।




