ମିଜୋରାମରେ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ମୃତ
ନୂଆଦିଲ୍ଲୀ : ମିଜୋରାମର ସାଇରଙ୍ଗ ଅଞ୍ଚଳରେ ଆଜି ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ୧୦ଟାରେ ଅଇଜଲଠାରୁ ୨୧ କିମି ଦୂରରେ ଏହି ଘଟଣା ଘଟିଛି। ପୋଲ ଭୁଶୁଡ଼ିବା ସମୟରେ ଘଟଣାସ୍ଥଳରେ ୩୫-୪୦ କର୍ମଚାରୀ ଉପସ୍ଥିତ ଥିଲେ। ୧୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆହୁରି ଅନେକ ଲୋକ ନିଖୋଜ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର […]
ନୂଆଦିଲ୍ଲୀ : ମିଜୋରାମର ସାଇରଙ୍ଗ ଅଞ୍ଚଳରେ ଆଜି ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ୧୦ଟାରେ ଅଇଜଲଠାରୁ ୨୧ କିମି ଦୂରରେ ଏହି ଘଟଣା ଘଟିଛି। ପୋଲ ଭୁଶୁଡ଼ିବା ସମୟରେ ଘଟଣାସ୍ଥଳରେ ୩୫-୪୦ କର୍ମଚାରୀ ଉପସ୍ଥିତ ଥିଲେ। ୧୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆହୁରି ଅନେକ ଲୋକ ନିଖୋଜ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ୫ହ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି,ଦୁର୍ଘଟଣା ସ୍ଥଳରେ ଉଦ୍ଧାର ଅପରେସନ ଜାରି ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳବାଇ ଅଫିସର ଏବଂ ଅନ୍ୟ ବରିଷ୍ଠ ଅଫିସରମାନେ ପହଞ୍ଚିଛନ୍ତି।




