ମିଜୋରାମରେ ଦୁର୍ଘଟଣାଗ୍ରସ୍ତ ମିଆଁମାର ସାମରିକ ବିମାନ, ୬ ଆହତ

ଆଇଜଲ: ମିଜୋରାମରେ ଆଜି ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରର ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ଆଜି ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପୂର୍ବାହ୍ଣ ପ୍ରାୟ ୧୦ଟା ୧୯ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ବିମାନରେ ମୋଟ୍ ୧୪ ଜଣ ଯାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମିଆଁମାର ସେନା ଓ ବେସାମରିକ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ […]

Samaya Live Picture
Published On

ଆଇଜଲ: ମିଜୋରାମରେ ଆଜି ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରର ଟର୍ମିନାଲରେ ପହଞ୍ଚିବା ପୂର୍ବରୁ ଆଜି ମିଆଁମାରର ଏକ ସାମରିକ ବିମାନ ରନୱେରୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପୂର୍ବାହ୍ଣ ପ୍ରାୟ ୧୦ଟା ୧୯ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ବିମାନରେ ମୋଟ୍ ୧୪ ଜଣ ଯାତ୍ରୀ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମିଆଁମାର ସେନା ଓ ବେସାମରିକ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ଲାଙ୍ଗଟଲାଇ ଜିଲ୍ଲାରୁ ପଳାଇ ଆସିଥିବା ମିଆଁମାର ସୈନିକଙ୍କୁ ଏହି ବିମାନରେ ନେବାର ଥିଲା। ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅବତରଣ ସମୟରେ ବିମାନଟି ରନୱେରୁ ଖସି ପଡ଼ିଥିଲା।

Tags: