ମିଆଁମାର ସ୍କାମ୍ ସେଣ୍ଟର୍ରୁ ୩୦୦ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ: ମିଆଁମାରରେ ଚାଲିଥିବା ବିଭିନ୍ନ ସ୍କାମ୍ ସେଣ୍ଟରରୁ ପ୍ରାୟ ୩୦୦ ଭାରତୀୟ ନାଗରିକ ଉଦ୍ଧାର ହୋଇଛନ୍ତି। ଚୀନ୍ ପରିଚାଳକଙ୍କ ଦ୍ବାରା ଚାଲିଥିବା ଏହି ବେଆଇନ ଅନଲାଇନ୍ ଦୁର୍ନୀତିରେ ୨୪ରୁ ଅଧିକ ରାଷ୍ଟ୍ରର ପ୍ରାୟ ୭ ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ଅଧିକାଂଶ ନାଗରିକ ଚୀନ୍ର। ମିଆଁମାର-ଥାଇଲାଣ୍ଡ୍ ସୀମାରେ ସେମାନେ ଅତ୍ୟଧିକ ଖରାପ୍ ସ୍ଥିତିରେ ରହିଥିଲେ। ଭାରତୀୟ ଅଧିକାରୀମାନେ ୨୬୬ ପୁରୁଷ ଏବଂ ୧୭ ମହିଳାଙ୍କୁ ୭ଟି ବସ୍ରେ ଅତ୍ୟନ୍ତ ସୁରକ୍ଷାର […]
ନୂଆଦିଲ୍ଲୀ: ମିଆଁମାରରେ ଚାଲିଥିବା ବିଭିନ୍ନ ସ୍କାମ୍ ସେଣ୍ଟରରୁ ପ୍ରାୟ ୩୦୦ ଭାରତୀୟ ନାଗରିକ ଉଦ୍ଧାର ହୋଇଛନ୍ତି। ଚୀନ୍ ପରିଚାଳକଙ୍କ ଦ୍ବାରା ଚାଲିଥିବା ଏହି ବେଆଇନ ଅନଲାଇନ୍ ଦୁର୍ନୀତିରେ ୨୪ରୁ ଅଧିକ ରାଷ୍ଟ୍ରର ପ୍ରାୟ ୭ ହଜାର କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ଅଧିକାଂଶ ନାଗରିକ ଚୀନ୍ର। ମିଆଁମାର-ଥାଇଲାଣ୍ଡ୍ ସୀମାରେ ସେମାନେ ଅତ୍ୟଧିକ ଖରାପ୍ ସ୍ଥିତିରେ ରହିଥିଲେ। ଭାରତୀୟ ଅଧିକାରୀମାନେ ୨୬୬ ପୁରୁଷ ଏବଂ ୧୭ ମହିଳାଙ୍କୁ ୭ଟି ବସ୍ରେ ଅତ୍ୟନ୍ତ ସୁରକ୍ଷାର ସହ ଥାଇଲାଣ୍ଡ୍ର ମାଏ ସୋଟ ବିମାନବନ୍ଦର ଆଣିଥିଲେ।ଅନ୍ୟ ୩ଟି ବସ୍ରେ ସେମାନଙ୍କ ଲଗେଜ୍ ଅଣାଯାଇଛି। ସେଠାରୁ ସେମାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ ଭାରତ ଅଣାଯାଇଛି। ସେହିପରି ଅନ୍ୟ ୨୫୭ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମିଆଁମାରରେ ବିଭିନ୍ନ ଅନଲାଇନ ସ୍କାମ୍ ସେଣ୍ଟରରେ ଫସିଥିବା ୨ ହଜାରରୁ ଅଧିକ ନାଗରିକଙ୍କୁ ଚୀନ୍ ଏଯାବତ ଫେରାଇଥିବାବେଳେ ମିଆଁମାରରେ ବେଆଇନ ସୀମା ଅଞ୍ଚଳରେ ଚାଲିଥିବା ଏହି ଦୁର୍ନୀତି କାର୍ଯ୍ୟକୁ ଶେଷ କରିବାପାଇଁ ଲଗାତାର ଉଦ୍ୟମ ଜାରି ରହିଛି। ଏହି ସ୍କାମ୍ ସେଣ୍ଟରଗୁଡ଼ିକ ଅନଲାଇନ୍ ଠକେଇ ପାଇଁ ବିଦେଶୀ ଶ୍ରମିକଙ୍କୁ ନିର୍ଯାତନା ଦେଉଛନ୍ତି।




