ମା’ ଆଖି ଆଗରେ ୫ ବର୍ଷର ଶିଶୁକନ୍ୟାକୁ ବଳି, ଜଣେ ଗିରଫ

ଗାନ୍ଧୀନଗର: ଗୁଜରାଟର ଆଦିବାସୀ ବହୁଳ ଛୋଟାଉଦେପୁର ଠାରେ ଏକ ୫ ବର୍ଷର ଶିଶୁକନ୍ୟାକୁ ବଳିଦିଆଯାଇଛି। ଘଟଣାରେ ପୁଲିସ ଲାଲା ତାଡ଼ଭି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏଏସ୍‌ପି ଗୌରବ ଅଗ୍ରୱାଲ୍‌ଙ୍କ ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ପାନେଜି ଗାଁର ଜଣେ ମହିଳାଙ୍କ ନିକଟରୁ ତାଙ୍କ କନ୍ୟାସନ୍ତାନକୁ ଲାଲା ତାଡଭି ବଳପୂର୍ବକ ଅପହରଣ କରିନେଇଥିଲା। ନିଜ ଘରକୁ ନେଇ ଏକ କୁରାଢ଼ିରେ ଶିଶୁଟିର ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ରକ୍ତକୁ ସଂଗ୍ରହ କରି ଘର ମଧ୍ୟରେ ସେ ନିର୍ମାଣ କରିଥିବା […]

Samaya Live Picture
Published On

ଗାନ୍ଧୀନଗର: ଗୁଜରାଟର ଆଦିବାସୀ ବହୁଳ ଛୋଟାଉଦେପୁର ଠାରେ ଏକ ୫ ବର୍ଷର ଶିଶୁକନ୍ୟାକୁ ବଳିଦିଆଯାଇଛି। ଘଟଣାରେ ପୁଲିସ ଲାଲା ତାଡ଼ଭି ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏଏସ୍‌ପି ଗୌରବ ଅଗ୍ରୱାଲ୍‌ଙ୍କ ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ପାନେଜି ଗାଁର ଜଣେ ମହିଳାଙ୍କ ନିକଟରୁ ତାଙ୍କ କନ୍ୟାସନ୍ତାନକୁ ଲାଲା ତାଡଭି ବଳପୂର୍ବକ ଅପହରଣ କରିନେଇଥିଲା। ନିଜ ଘରକୁ ନେଇ ଏକ କୁରାଢ଼ିରେ ଶିଶୁଟିର ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ରକ୍ତକୁ ସଂଗ୍ରହ କରି ଘର ମଧ୍ୟରେ ସେ ନିର୍ମାଣ କରିଥିବା ଏକ ଛୋଟ ପୂଜାମନ୍ଦିରର ପାହୁଛକୁ ଧୋଇଥିଲା। ଏହି ସମସ୍ତ ଘଟଣା ଶିଶୁଟିର ମା’ ଓ ଗ୍ରାମର ଅନ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ ଘଟିଥିଲେ ମଧ୍ୟ ସେମାନେ ଭୟରେ କିଛି କରିପାରିନଥିଲେ। ମୃତ ଶିଶୁଟିର ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ଲାଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Tags: