ମାୟାବତୀଙ୍କ ଭାଇ-ଭାଉଜ ୪୬% ରିହାତିରେ ୨୬୧ଟି ଫ୍ଲାଟ୍ ପାଇଛନ୍ତି : ରିପୋର୍ଟ
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଭାଇ ଓ ଭାଉଜଙ୍କୁ ନଏଡା ସ୍ଥିତ ଏକ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଲଜିକ୍ସ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ୨୬୧ଟି ଫ୍ଲାଟ୍ ଅଧା ଦରରେ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ବଡ଼ ଧରଣର ଜାଲିଆତି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମେ ୨୦୧୦ରେ ଲଜିକ୍ସ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ କର୍ପୋରେଟ୍ରେ ପରିଣତ ହୋଇଥିଲା। ମାୟାବତୀ ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଦୁଇମାସ ପରେ […]
ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଭାଇ ଓ ଭାଉଜଙ୍କୁ ନଏଡା ସ୍ଥିତ ଏକ ରିଅଲ୍ ଇଷ୍ଟେଟ୍ ସଂସ୍ଥା ଲଜିକ୍ସ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ ୨୬୧ଟି ଫ୍ଲାଟ୍ ଅଧା ଦରରେ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ବଡ଼ ଧରଣର ଜାଲିଆତି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମେ ୨୦୧୦ରେ ଲଜିକ୍ସ ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ କର୍ପୋରେଟ୍ରେ ପରିଣତ ହୋଇଥିଲା। ମାୟାବତୀ ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଦୁଇମାସ ପରେ ଲଜିକ୍ସ ମାୟାବତୀଙ୍କ ଭାଇ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ରଲତାଙ୍କ ସହିତ ଏକ ଚୁକ୍ତି କରିଥିଲା। ପ୍ରତ୍ୟେକଙ୍କୁ ନଏଡା ପ୍ରୋଜେକ୍ଟ ବ୍ଲସମ୍ସ ଗ୍ରୀନ୍ସରେ ପ୍ରାୟ ଦୁଇ ଲକ୍ଷ ବର୍ଗଫୁଟର ଜାଗା ରିହାତି ଦରରେ ବିକ୍ରୟ କରିବାକୁ ଏହି ଚୁକ୍ତି ହୋଇଥିଲା। ଆନନ୍ଦ କୁମାରଙ୍କ ପାଇଁ କ୍ରୟ ମୂଲ୍ୟ ୪୬.୦୨ କୋଟି ଏବଂ ବିଚିତ୍ର ଲତାଙ୍କ ପାଇଁ ଏହା ୪୬.୯୩ କୋଟି ଟଙ୍କା ଥିଲା।
ସେପ୍ଟେମ୍ବର ୨୦୧୦ରେ ମାୟାବତୀଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ଥିବା ନଏଡା କର୍ତ୍ତୃପକ୍ଷ ବ୍ଲସମ୍ସ ଗ୍ରୀନ୍ସରେ ୨୨ଟି ଟାୱାରର ବିକାଶ ପାଇଁ ଲଜିକ୍ସ ଇନଫ୍ରାଟେକ୍କୁ ୧,୦୦,୧୧୨.୧୯ ବର୍ଗ ମିଟର ବା ୨୪.୭୪ ଏକର ଜମି ଲିଜ୍ ଦେଇଥିଲେ। ସେପ୍ଟେମ୍ବର ୨୦୧୦ରୁ ୨୦୨୨-୨୩ ପର୍ଯ୍ୟନ୍ତ, ଲଜିକ୍ସ ବ୍ଲସମ୍ସ ଗ୍ରୀନ୍ସରେ ଥିବା ୨୫୩୮ ଆବାସିକ ୟୁନିଟ୍ ମଧ୍ୟରୁ ମୋଟ ୨,୩୨୯ ୟୁନିଟ୍ ବିକ୍ରି କରିଥିଲା। ୯୪୪ ଫ୍ଲାଟ ଥିବା ଆଠଟି ଟାୱାର ଆବଣ୍ଟିତ ହୋଇଥିବାବେଳେ କେବଳ ୮୪୮ ଜଣ କ୍ରେତା ଏହାର ଦଖଲ ନେଇଛନ୍ତି। ଅବଶିଷ୍ଟ ୧୪ଟି ଟାୱାର ଏପର୍ଯ୍ୟନ୍ତ ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହୋଇପାରି ନାହିଁ।




