ମାସୁଦ ଆଝାରର ଭିଣୋଇ ଏବଂ ଲସ୍କର ମୁଖ୍ୟାଳୟ ମୁଖ୍ୟ ‘ଅପରେସନ୍‌ ସିନ୍ଦୂର’ରେ ନିପାତ

ନୂଆଦିଲ୍ଲୀ : ୭ ମେ’ ଭୋର୍‌ ପ୍ରାୟ ୧.୩୦ ସମୟରେ ଭାରତର ସିନ୍ଦୂର ଅପରେସନ୍‌ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ସୂତ୍ର ଅନୁସାରେ, ଭାରତୀୟ ଆକ୍ରମଣରେ ନିହତ ହୋଇଥିବା ଅନେକ ଆତଙ୍କବାଦୀଙ୍କ ମଧ୍ୟରୁ ମୁଦାସର ଖାଡିଆନ୍ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଆଝାର, ଖାଲିଦ (ଆବୁ ଆକାଶା) ଏବଂ ମହମ୍ମଦ ହାସନ ଖାନ ହେଉଛନ୍ତି ପାଞ୍ଚ ଜଣ। ନିହତ ହୋଇଥିବା ଏହି ଆତଙ୍କବାଦୀମାନେ ପାକିସ୍ତାନ […]

ମାସୁଦ ଆଝାରର ଭିଣୋଇ ଏବଂ ଲସ୍କର ମୁଖ୍ୟାଳୟ ମୁଖ୍ୟ ‘ଅପରେସନ୍‌ ସିନ୍ଦୂର’ରେ ନିପାତ
Samaya Live Picture
Published On

ନୂଆଦିଲ୍ଲୀ : ୭ ମେ’ ଭୋର୍‌ ପ୍ରାୟ ୧.୩୦ ସମୟରେ ଭାରତର ସିନ୍ଦୂର ଅପରେସନ୍‌ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ସୂତ୍ର ଅନୁସାରେ, ଭାରତୀୟ ଆକ୍ରମଣରେ ନିହତ ହୋଇଥିବା ଅନେକ ଆତଙ୍କବାଦୀଙ୍କ ମଧ୍ୟରୁ ମୁଦାସର ଖାଡିଆନ୍ ଖାସ୍, ହାଫିଜ୍ ମହମ୍ମଦ ଜମିଲ୍, ମହମ୍ମଦ ୟୁସୁଫ୍ ଆଝାର, ଖାଲିଦ (ଆବୁ ଆକାଶା) ଏବଂ ମହମ୍ମଦ ହାସନ ଖାନ ହେଉଛନ୍ତି ପାଞ୍ଚ ଜଣ। ନିହତ ହୋଇଥିବା ଏହି ଆତଙ୍କବାଦୀମାନେ ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନର ହାଇ ପ୍ରୋଫାଇଲ୍‌ ନେତା ଥିଲେ। ସେମାନଙ୍କର ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ଉଭୟ ସହିତ ଦୃଢ଼ ସମ୍ପର୍କ ଥିଲା। ମୁଦାସର ଖାଡିଆନ ଖାସ, ଯିଏକି ଅବୁ ଜୁନ୍ଦଲ ନାମରେ ମଧ୍ୟ ଜଣାଶୁଣା, ଜଣେ ଶୀର୍ଷ ଲସ୍କର କମାଣ୍ଡର ଏବଂ ମୁରିଦକେରେ ମର୍କଜ ତୈବାର ପ୍ରଭାରୀ ଥିଲେ। ତାକୁ ତା’ ଅନ୍ତିମ ସଂସ୍କାରରେ ପାକିସ୍ତାନ ସେନା ଦ୍ୱାରା ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଜୈଶ ମୁଖ୍ୟ ମାସୁଦ ଆଝାରର ବଡ଼ ଭିଣୋଇ ଏବଂ ବାହାୱଲପୁରର ମର୍କଜ ସୁଭାନ ଆଲ୍ଲାହର ମୁଖ୍ୟ ହାଫିଜ୍ ମହମ୍ମଦ ଜମିଲଙ୍କୁ ମଧ୍ୟ ନିପାତ କରାଯାଇଥିଲା। ଜମିଲ ଜେଇଏମର ଜଣେ ପ୍ରମୁଖ ପାଣ୍ଠି ସଂଗ୍ରହକାରୀ ଥିଲା ଯିଏ ଏହି ଅଞ୍ଚଳରେ ଯୁବପିଢ଼ିଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିବାରେ ଜଣାଶୁଣା।

Tags: