ମାଳଦ୍ବୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ନେଇ କଥାବାର୍ତ୍ତା ସଫଳ ହୋଇଛି : ନବ ନିର୍ବାଚିତ ରାଷ୍ଟ୍ରପତି
ନୂଆଦିଲ୍ଲୀ: ମାଳଦ୍ବୀପରେ ମୁତୟନ ହୋଇଥିବା ଭାରତୀୟ ସୈନିକଙ୍କୁ ମାଳଦ୍ବୀପ ହଟାଇଦେବ। ଇବ୍ରାହିମ ସୋଲିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ହରାଇଥିବା ନବ ନିର୍ବାଚିତ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ମୁଖ୍ୟ ନିର୍ବାଚନ ପ୍ରତିଶ୍ରୁତି ଥିଲା ଭାରତୀୟ ସୈନିକ ମାଳଦ୍ବୀପରୁ ହଟିବେ। ତେବେ ମୁଇଜୁ ଏକ ସାକ୍ଷାତକାରରେ କହିଛନ୍ତି, ମାଳଦ୍ବୀପରୁ ଭାରତ ଏହାର ସାମରିକ ଉପସ୍ଥିତି ପ୍ରତ୍ୟାହାର କରିନେବାପାଇଁ ଭାରତ ସହ କଥାବାର୍ତ୍ତା ଆରମ୍ଭ ହୋଇଛି। କଥାବାର୍ତ୍ତା ମଧ୍ୟ ସଫଳା ହୋଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୭୦ ଭାରତୀୟ […]
ନୂଆଦିଲ୍ଲୀ: ମାଳଦ୍ବୀପରେ ମୁତୟନ ହୋଇଥିବା ଭାରତୀୟ ସୈନିକଙ୍କୁ ମାଳଦ୍ବୀପ ହଟାଇଦେବ। ଇବ୍ରାହିମ ସୋଲିଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ହରାଇଥିବା ନବ ନିର୍ବାଚିତ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ମୁଖ୍ୟ ନିର୍ବାଚନ ପ୍ରତିଶ୍ରୁତି ଥିଲା ଭାରତୀୟ ସୈନିକ ମାଳଦ୍ବୀପରୁ ହଟିବେ। ତେବେ ମୁଇଜୁ ଏକ ସାକ୍ଷାତକାରରେ କହିଛନ୍ତି, ମାଳଦ୍ବୀପରୁ ଭାରତ ଏହାର ସାମରିକ ଉପସ୍ଥିତି ପ୍ରତ୍ୟାହାର କରିନେବାପାଇଁ ଭାରତ ସହ କଥାବାର୍ତ୍ତା ଆରମ୍ଭ ହୋଇଛି। କଥାବାର୍ତ୍ତା ମଧ୍ୟ ସଫଳା ହୋଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୭୦ ଭାରତୀୟ ସେନା ସଦସ୍ୟ ଏବେ ନୂଆଦିଲ୍ଲୀ ପ୍ରାୟୋଜିତ ରାଡାର ଷ୍ଟେସନ୍ ଏବଂ ସର୍ଭେଲାନ୍ସ ଷ୍ଟେସନ୍ର ପରିଚାଳନା କରୁଛନ୍ତି ଏବଂ ମାଳଦ୍ବୀପର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍କୁ ପାଟ୍ରୋଲ୍ କରିବାରେ ଭାରତୀୟ ଯୁଦ୍ଧଜାହାଜ ସାହାଜ୍ୟ କରୁଛି। ସାକ୍ଷାତକାରରେ ମୁଇଜୁ କହିଛନ୍ତି , ଆମେ ଏକ ଦ୍ବିପାକ୍ଷିକ ସମ୍ପର୍କ ଚାହୁ ଯାହା ପରସ୍ପର ପାଇଁ ଉପକାରୀ ହୋଇପାରିବ।




