ମାଲେସିଆରେ ମଝି ଆକାଶରେ ୨ ବିମାନ ଧକ୍କା ହୋଇ ଖସି ପଡ଼ିଲା , ୧୦ ମୃତ
ନୂଆଦିଲ୍ଲୀ : ମାଲେସିଆରେ ମଝି ଆକାଶରେ ନୌସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇ ଖସି ପଡ଼ିଛି। ଫଳରେ ୨ଟି ଯାକ ବିମାନରେ ଥିବା ମୋଟ୍ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ମାଲେସିଆର ଲୁମୁତ ସହରରେ ଆଜି ସକାଳ ୯.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ କୌଣସି ଜଣେ ହେଲେ ଜୀବିତ ନାହାନ୍ତି। ସମସ୍ତ ମୃତକଙ୍କ ଦେହାବଶେଷକୁ ଚିହ୍ନଟ କରିବାପାଇଁ ଲୁମୁଟ ସାମରିକ ହସ୍ପିଟାଲ ପଠାଯାଇଛି। ଉକ୍ତ ଘଟଣାର ତଦନ୍ତ ପାଇଁ ରୟାଲ ମାଲେସିଆ […]
ନୂଆଦିଲ୍ଲୀ : ମାଲେସିଆରେ ମଝି ଆକାଶରେ ନୌସେନାର ୨ଟି ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇ ଖସି ପଡ଼ିଛି। ଫଳରେ ୨ଟି ଯାକ ବିମାନରେ ଥିବା ମୋଟ୍ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ମାଲେସିଆର ଲୁମୁତ ସହରରେ ଆଜି ସକାଳ ୯.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ କୌଣସି ଜଣେ ହେଲେ ଜୀବିତ ନାହାନ୍ତି। ସମସ୍ତ ମୃତକଙ୍କ ଦେହାବଶେଷକୁ ଚିହ୍ନଟ କରିବାପାଇଁ ଲୁମୁଟ ସାମରିକ ହସ୍ପିଟାଲ ପଠାଯାଇଛି। ଉକ୍ତ ଘଟଣାର ତଦନ୍ତ ପାଇଁ ରୟାଲ ମାଲେସିଆ ନୌସେନା ଏକ କମିଟି ଗଠନ କରିବ ବୋଳି କହିଛି। ଆଜି ଦୁର୍ଘଟଣାରେ ସାମିଲ ଥିବା ଗୋଟିଏ ହେଲିକପ୍ଟର ହେଉଛି ଏଚଓଏମ୍ ଏମ୍୫-୩-୩ । ଏଥିରେ ୭ ଜଣ ଲୋକ ଥିଲେ ଏବଂ ଏହା ଏକ ରନିଂ ଟ୍ରାକକୁ ଖସି ଯାଇଥିଲା। ଅନ୍ୟ ହେଲିକପ୍ଟରଟି ହେଉଛି ଏମ୫୦୨-୬। ଏହି ବିମାନରେ ୩ ଜଣ ଯାତ୍ରୀ ଥିଲେ ଏବଂ ଏହା ଏକ ସ୍ବିମିଂ ପୁଲକୁ ଖସି ପଡ଼ିଥିଲା। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।




