ମାଲେଗାଓଁ ବିସ୍ଫୋରଣ ତଦନ୍ତ ଅଧିକାରୀ ଆରଏସଏସ ମୁଖ୍ୟଙ୍କ ଗିରଫ ନିର୍ଦ୍ଦେଶ ଦେଇଥିଲେ !

ମୁମ୍ବାଇ: ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌)ର ଜଣେ ପୂର୍ବତନ ଅଫିସର ଯିଏ କି ୨୦୦୮ ମାଲେଗାଓଁ ବିସ୍ଫୋରଣର ତଦନ୍ତ କରିଥିଲେ ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ବିସ୍ଫୋରଣ ମାମଲାରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକ ସାକ୍ଷାତକାର ଦେବା ଅବସରରେ ଅବସରପ୍ରାପ୍ତ ଅଫିସର ମେହବୁବ ମୁଜୱର ଅଭିଯୋଗ କରିଛନ୍ତି ଯେ ତଦନ୍ତକାରୀ ଅଧିକାରୀ ପରମ ବୀର ସିଂହଙ୍କ ନିକଟରୁ ଏହି ନିର୍ଦ୍ଦେଶ ଆସିଥିଲା। ଦେଶରେ […]

ମାଲେଗାଓଁ ବିସ୍ଫୋରଣ ତଦନ୍ତ ଅଧିକାରୀ ଆରଏସଏସ ମୁଖ୍ୟଙ୍କ ଗିରଫ ନିର୍ଦ୍ଦେଶ ଦେଇଥିଲେ !
Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କୀ ନିରୋଧ ସ୍କ୍ବାଡ୍‌)ର ଜଣେ ପୂର୍ବତନ ଅଫିସର ଯିଏ କି ୨୦୦୮ ମାଲେଗାଓଁ ବିସ୍ଫୋରଣର ତଦନ୍ତ କରିଥିଲେ ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ବିସ୍ଫୋରଣ ମାମଲାରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକ ସାକ୍ଷାତକାର ଦେବା ଅବସରରେ ଅବସରପ୍ରାପ୍ତ ଅଫିସର ମେହବୁବ ମୁଜୱର ଅଭିଯୋଗ କରିଛନ୍ତି ଯେ ତଦନ୍ତକାରୀ ଅଧିକାରୀ ପରମ ବୀର ସିଂହଙ୍କ ନିକଟରୁ ଏହି ନିର୍ଦ୍ଦେଶ ଆସିଥିଲା। ଦେଶରେ ଆତଙ୍କ ସୃଷ୍ଟି କରିବା ଏହାର ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ପରମ ବୀର ସିଂହ ଏବଂ ତାଙ୍କ ଉପରେ ଥିବା ଅଧିକାରୀମାନେ ରାମ କଲସଙ୍ଗ୍ରା, ସନ୍ଦୀପ ଡାଙ୍ଗେ, ଦିଲୀପ ପଟିଦାର ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବାପାଇଁ ମୋତେ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର କୋର୍ଟ ଗତକାଲି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ସମସ୍ତ ୭ ଜଣଙ୍କୁ ଦୋଷମୁକ୍ତ କରିବାପରେ ମୁଜୱର ଆଜି ଏହି ଟିପ୍ପଣୀ ଦେଇଛନ୍ତି।

Tags: