ମାର୍ଚ୍ଚ ୨୬ ପର୍ଯ୍ୟନ୍ତ କେ କବିତାଙ୍କ ଇଡି ହାଜତ ମିଆଦ ବଢ଼ାଇଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଅବକା୍ରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାର ଜଣେ ଅଭିଯୁକ୍ତ ତଥା ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହାଜତ ମିଆଦ ମାର୍ଚ୍ଚ ୨୬ ତା‌ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଡି ଅଭିଯୋଗ ଅନୁଯାୟୀ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ‌ହେଉଛନ୍ତି ‘ସାଉଥ୍‌ ଗ୍ରୁପ୍’ର ଜଣେ ପ୍ରମୁଖ ସଦସ୍ୟ। ସାଉଥ ଗ୍ରୁପ୍‌ ଦିଲ୍ଲୀରେ ମଦ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକା୍ରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାର ଜଣେ ଅଭିଯୁକ୍ତ ତଥା ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ କବିତାଙ୍କ ଇଡି ( ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହାଜତ ମିଆଦ ମାର୍ଚ୍ଚ ୨୬ ତା‌ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଡି ଅଭିଯୋଗ ଅନୁଯାୟୀ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ‌ହେଉଛନ୍ତି ‘ସାଉଥ୍‌ ଗ୍ରୁପ୍’ର ଜଣେ ପ୍ରମୁଖ ସଦସ୍ୟ। ସାଉଥ ଗ୍ରୁପ୍‌ ଦିଲ୍ଲୀରେ ମଦ ଲା‌ଇସେନ୍ସର ଏକ ବଡ଼ ଅଂଶ ବଦଳରେ ଆପ୍‌ ଦଳକୁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କାର ଲାଞ୍ଚ ଦେଇଛି। କବିତାଙ୍କୁ ଜେରା କରାଯାଉଛି। ତଦନ୍ତ ପ୍ରକ୍ରିୟାରେ ସେ ସହଯୋଗ କରୁନଥିବା ଇଡି ଅଭିଯୋଗ କରିଛି। କବିତାଙ୍କ ଫୋନ୍‌ ତଥ୍ୟ ଯାଞ୍ଚ କରାଯାଉଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୫ ତାରିଖରେ କେ କବିତାଙ୍କ ବାସଭବନରେ ଚଢ଼ଉ କରିବା ସମୟରେ ତାଙ୍କ ପୁତୁରା ମେତା ସାରନଙ୍କ ଫୋନ୍‌ ସିଜ୍‌ କରାଯାଇଥିଲା। ତଦନ୍ତ କରିବାପାଇଁ କବିତାଙ୍କୁ ୨ ଥର ସମନ୍‌ କରାଯାଇଥିଲା। କିନ୍ତୁ କବିତା ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିନଥିଲେ।

Tags: