ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ
ନୂଆଦିଲ୍ଲୀ : ମହାକାଶରେ ଦୀର୍ଘ ୮ ମାସ ରହିବାପରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପରିବର୍ଦ୍ଧିତ ସ୍ପେସଫ୍ଲାଇଟ୍ ମିସନ୍ ଆସନ୍ତା ମାର୍ଚ୍ଚରେ ଶେଷ ହେବ। ସୁନୀତା ଏବଂ ବୁଚ ୱିଲ୍ମୋର୍ ମହାକାଶରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଏକ ସ୍ବତନ୍ତ୍ର କଥାବାର୍ତ୍ତାରେ କହିଛନ୍ତି ଯେ ମାର୍ଚ୍ଚ ୧୨ରେ ପୃଥିବୀରୁ ଏକ କ୍ରୁ-୧୦ ମିସନ୍ ଲଞ୍ଚ୍ ହେବ ଏବଂ ଆଇଏସ୍ଏସ୍ (ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର)ରେ ପହଞ୍ଚିବ। ସୁନୀତା ଏବଂ ୱିଲମୋର୍ ଏହାପରେ ସେମାନଙ୍କ କାର୍ଯ୍ୟଭାର ଜଣେ ନୂଆ ସ୍ପେସ୍ ଷ୍ଟେସନ୍ […]
ନୂଆଦିଲ୍ଲୀ : ମହାକାଶରେ ଦୀର୍ଘ ୮ ମାସ ରହିବାପରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପରିବର୍ଦ୍ଧିତ ସ୍ପେସଫ୍ଲାଇଟ୍ ମିସନ୍ ଆସନ୍ତା ମାର୍ଚ୍ଚରେ ଶେଷ ହେବ। ସୁନୀତା ଏବଂ ବୁଚ ୱିଲ୍ମୋର୍ ମହାକାଶରୁ ଏକ ଗଣମାଧ୍ୟମ ସଂସ୍ଥାକୁ ଏକ ସ୍ବତନ୍ତ୍ର କଥାବାର୍ତ୍ତାରେ କହିଛନ୍ତି ଯେ ମାର୍ଚ୍ଚ ୧୨ରେ ପୃଥିବୀରୁ ଏକ କ୍ରୁ-୧୦ ମିସନ୍ ଲଞ୍ଚ୍ ହେବ ଏବଂ ଆଇଏସ୍ଏସ୍ (ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର)ରେ ପହଞ୍ଚିବ। ସୁନୀତା ଏବଂ ୱିଲମୋର୍ ଏହାପରେ ସେମାନଙ୍କ କାର୍ଯ୍ୟଭାର ଜଣେ ନୂଆ ସ୍ପେସ୍ ଷ୍ଟେସନ୍ କମାଣ୍ଡରଙ୍କୁ ହସ୍ତାନ୍ତର କରିବେ। ବର୍ତ୍ତମାନ ସୁନୀତା ୱିଲିୟମ୍ସ ଫ୍ଲାଇଂ ଲାବ୍ରୋଟୋରିର କମାଣ୍ଡର ଥିବାବେଳେ ଆଗକୁ ଆଉ ଜଣେ ନୂଆ ସ୍ପେସ୍ ଷ୍ଟେସନ୍ କମାଣ୍ଡର ଦାୟିତ୍ବ ନେବେ। । ତେବେ କାର୍ଯ୍ୟଭାର ହସ୍ତାନ୍ତର ପ୍ରକ୍ରିୟା ସପ୍ତାହେ ଲାଗିଯିବ। ଏହାପରେ ୨ ମହାକାଶଚାରୀ ଡ୍ରାଗନ୍ ମହାକାଶଯାନରେ ପୃଥିବୀରେ ପହଞ୍ଚିବେ। ମାର୍ଚ୍ଚ ୧୯ ତାରିଖରେ ସୁନୀତା ଏବଂ ୱିଲ୍ମୋର୍ ପୃଥିବୀରେ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅନେକ ଥର ସୁନୀତା ୱିଲିୟମ୍ସ ମହାକାଶରୁ ଫେରିବା ଖବର ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଘୁଞ୍ଚି ଯାଇଥିଲା।




