ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ

ନୂଆଦିଲ୍ଲୀ  : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବର ସବୁ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏହି ଅସ୍ବାଭାବିକ ଗରମ ଯୋଗୁଁ ଗହମ ଫସଲ ପ୍ରତି ସାଂଘାତିକ ବିପଦ ସୃଷ୍ଟି ହେବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଆଇଏମ୍‌ଡିର ୨ ଜଣ ବରିଷ୍ଠ […]

ମାର୍ଚ୍ଚରେ ରେକର୍ଡ ଭାଙ୍ଗିବ ଗରମ
Samaya Live Picture
Published On

ନୂଆଦିଲ୍ଲୀ  : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଚେତାବନୀ ଦେଇ କହିଛି ଯେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ଏବଂ ଏହା ପୂର୍ବର ସବୁ ରେକର୍ଡ ଭାଙ୍ଗିବ। ମାସ ତମାମ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏହି ଅସ୍ବାଭାବିକ ଗରମ ଯୋଗୁଁ ଗହମ ଫସଲ ପ୍ରତି ସାଂଘାତିକ ବିପଦ ସୃଷ୍ଟି ହେବ ଏବଂ ଅମଳ କମିଯିବ ବୋଲି ଅଧିକାରୀମାନେ ଆଶଙ୍କାବ୍ୟକ୍ତ କରିଛନ୍ତି। ଆଇଏମ୍‌ଡିର ୨ ଜଣ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ମାସରେ ଉଭୟ ଦିନ ଏବଂ ରାତିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ଏବଂ ଅଧିକାଂଶ ଦିନ ଏହି ସ୍ଥିତି ଦେଖିବାକୁ ମିଳିବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଦିନ ତାପମାତ୍ରା ବୃଦ୍ଧି ପାଇବ। ଅଧିକାଂଶ ରାଜ୍ୟରେ ମାସ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରି ଟପିବ ବୋଲି ଆକଳନ କରାଯାଇଛି।

Tags: