ମାରାତ୍ମକ ଫଙ୍ଗସ ରୋଗକୁ ସ୍ବାସ୍ଥ୍ୟ ଏମର୍ଜେନି ଘୋଷଣା କରିବାପାଇଁ ‘ହୁ’ରେ ଆମେରିକା, ମେକ୍ସିକୋର ଅନୁରୋଧ

ୱାସିଂଟନ: ଫଙ୍ଗସଜନିତ ମାରାତ୍ମକ ରୋଗ ଏବେ ଚିନ୍ତା ବଢ଼ାଇଛି। ଏହି ରୋଗକୁ ପବ୍ଲିକ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନିକଟରେ ଆମେରିକା ଓ ମେକ୍ସିକୋ ଅନୁରୋଧ କରିଛନ୍ତି। ଲୋକାଲ ଆନାସ୍ଥେସିଆ ଦିଆଯାଇ ଅସ୍ତ୍ରୋପଚାର ହୋଇଥିବା ଦୁଇଜଣ ବ୍ୟକ୍ତି ମସ୍ତିଷ୍କ ଜ୍ବରରେ ପ୍ରାଣ ହରାଇବା ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ପରେ ଏଭଳି ଅନୁରୋଧ କରାଯାଇଛି। ମେକ୍ସିକୋର ରିଭର ସାଇଟ୍ ସର୍ଜିକାଲ ସେଣ୍ଟର […]

Samaya Live Picture
Published On

ୱାସିଂଟନ: ଫଙ୍ଗସଜନିତ ମାରାତ୍ମକ ରୋଗ ଏବେ ଚିନ୍ତା ବଢ଼ାଇଛି। ଏହି ରୋଗକୁ ପବ୍ଲିକ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନିକଟରେ ଆମେରିକା ଓ ମେକ୍ସିକୋ ଅନୁରୋଧ କରିଛନ୍ତି। ଲୋକାଲ ଆନାସ୍ଥେସିଆ ଦିଆଯାଇ ଅସ୍ତ୍ରୋପଚାର ହୋଇଥିବା ଦୁଇଜଣ ବ୍ୟକ୍ତି ମସ୍ତିଷ୍କ ଜ୍ବରରେ ପ୍ରାଣ ହରାଇବା ନେଇ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯିବା ପରେ ଏଭଳି ଅନୁରୋଧ କରାଯାଇଛି। ମେକ୍ସିକୋର ରିଭର ସାଇଟ୍ ସର୍ଜିକାଲ ସେଣ୍ଟର ଏବଂ କ୍ଲିନିକା କେ-୩ରେ କସମେଟିକ ଅପରେସନ ସମୟରେ ଏହି ବ୍ୟକ୍ତିମାନେ ଫଙ୍ଗସ ଦ୍ବାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। କର୍ତ୍ତୃପକ୍ଷ ଏହି ଦୁଇ ଚିକିତ୍ସା କେନ୍ଦ୍ରକୁ ବନ୍ଦ କରିଦେଇଛନ୍ତି। ଉକ୍ତ ଦୁଇ କେନ୍ଦ୍ରକୁ ଯାଇଥିବା ୪୦୦ ଲୋକଙ୍କ ଉପରେ ଆମେରିକାର ସିଡିସି ନଜର ରଖିଛି।

Tags: