ମାନହାନି ମାମଲା ରଦ୍ଦ ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲଙ୍କ ବିରୋଧରେ ଥିବା ଏକ ମାନହାନି ମାମଲା ରଦ୍ଦ କରିବାପାଇଁ ମୁମ୍ବାଇର ବୋରିଭଲି କୋର୍ଟ ମନା କରିଦେବାପରେ ରାହୁଲ ଏହାକୁ ଚ୍ୟାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାଟି ଜଷ୍ଟିସ୍ ଏସ୍ଭି କୋଟୱାଲଙ୍କ ପାଖରେ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ବିଚାରପତି ଉକ୍ତ ମାମଲାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ରାହୁଲ ଗାନ୍ଧି ଆର୍ଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)କୁ ସାମ୍ବାଦିକା […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାହୁଲଙ୍କ ବିରୋଧରେ ଥିବା ଏକ ମାନହାନି ମାମଲା ରଦ୍ଦ କରିବାପାଇଁ ମୁମ୍ବାଇର ବୋରିଭଲି କୋର୍ଟ ମନା କରିଦେବାପରେ ରାହୁଲ ଏହାକୁ ଚ୍ୟାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାଟି ଜଷ୍ଟିସ୍ ଏସ୍ଭି କୋଟୱାଲଙ୍କ ପାଖରେ ତାଲିକାଭୁକ୍ତ ହୋଇଥିଲା। କିନ୍ତୁ ବିଚାରପତି ଉକ୍ତ ମାମଲାକୁ ଡିସେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ରାହୁଲ ଗାନ୍ଧି ଆର୍ଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)କୁ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲା ସହ ଯୋଡ଼ିଥିବାରୁ ତାଙ୍କ ବିରୋଧରେ ଜଣେ ଆରଏସଏସ କର୍ମୀ ତଥା ମୁମ୍ବାଇର ଜଣେ ଆଇନଜୀବୀ ଧ୍ରୁତିମାନ ଯୋଶୀ ମାନହାନି ଅଭିଯୋଗ କରିଥିଲେ। ଯୋଶୀ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଗୌରୀ ଲଙ୍କେଶଙ୍କ ହତ୍ୟାର ୨୪ ଘଣ୍ଟା ମଧ୍ୟରେ ରାହୁଲ କହିଥିଲେ, ‘ଯିଏ ବି ବିଜେପି ଏବଂ ଆରଏସଏସ ବିଚାରଧାରା ବିରୋଧରେ କହିବ ତାଙ୍କ ଉପରେ ଚାପ ପକାଯିବ, ମାଡ଼ ମରାଯିବ , ଆକ୍ରମଣ କରାଯିବ ଏବଂ ଏପରିକି ହତ୍ୟା କରାଯିବ।’ ସୀତାରାମ ୟେଚୁରୀ ମଧ୍ୟ ଏହି ସମାନ ଟିପ୍ପଣୀ ଦେଇଥିଲେ ବୋଲି ଯୋଶୀ ତାଙ୍କ ଆବେଦନରେ ଦର୍ଶାଇଥିଲେ।




