ମାନହାନି ମାମଲାରେ ରାହୁଲ ୩୦-୪୦ ମିନିଟ କୋର୍ଟ ହେପାଜତରେ ରହିବା ପରେ ଜାମିନରେ ମୁକୁଳିଲେ

ନୂଆଦିଲ୍ଲୀ:୨୦୧୮ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ୩୦-୪୫ ମିନିଟ ପର୍ଯ୍ୟନ୍ତ କୋର୍ଟ ହେପାଜତରେ ରଖିଥିଲେ। ସୁଲତାନପୁରର ଏକ ସ୍ୱତନ୍ତ୍ର ଅଦାଲତ ଆଜି ରାହୁଲଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ ତାଙ୍କୁ କିଛି ସମୟ ପାଇଁ ହେପାଜତକୁ ନେଇଥିଲେ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ୨୦୧୮ରେ ବିଜେପି ନେତା ବିଜୟ ମିଶ୍ର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ରାହୁଲ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ ଆତ୍ମସମର୍ପଣ କରିବା ପରେ […]

Samaya Live Picture
Published On

ନୂଆଦିଲ୍ଲୀ:୨୦୧୮ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ୩୦-୪୫ ମିନିଟ ପର୍ଯ୍ୟନ୍ତ କୋର୍ଟ ହେପାଜତରେ ରଖିଥିଲେ। ସୁଲତାନପୁରର ଏକ ସ୍ୱତନ୍ତ୍ର ଅଦାଲତ ଆଜି ରାହୁଲଙ୍କୁ ଜାମିନ ପ୍ରଦାନ କରିବା ପୂର୍ବରୁ ତାଙ୍କୁ କିଛି ସମୟ ପାଇଁ ହେପାଜତକୁ ନେଇଥିଲେ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ୨୦୧୮ରେ ବିଜେପି ନେତା ବିଜୟ ମିଶ୍ର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ରାହୁଲ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ୩୦-୪୫ ମିନିଟ୍ ପାଇଁ ହେପାଜତକୁ ନେଇଥିଲେ। ଏହାପରେ ତାଙ୍କ ଜାମିନ ଆବେଦନ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ତାରିଖ ଏପର୍ଯ୍ୟନ୍ତ ଦିଆଯାଇନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ସେ କୌଣସି ଅପମାନଜନକ ବୟାନ ଦେଇନାହାନ୍ତି। କର୍ଣ୍ଣାଟକ ବିଧାସନଭା ନିର୍ବାଚନ ସମୟରେ ରାହୁଲ ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଶାହଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବିଜୟ ମିଶ୍ର ୨୦୧୮ ଅଗଷ୍ଟ ୪ ତାରିଖରେ ଅଭିଯୋଗ କରିଥିଲେ। ସଚ୍ଚୋଟ ଓ ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରୁଥିବା ଦଳ ବୋଲି ବିଜେପିର ଦାବି ଉପରେ ପ୍ରଶ୍ନ ଉଠାଇ ରାହୁଲ ତାଙ୍କ ମନ୍ତବ୍ୟରେ ଶାହଙ୍କୁ ଏକ ହତ୍ୟା ମାମଲାରେ ‘ଅଭିଯୁକ୍ତ’ ବୋଲି ଦର୍ଶାଇଥିଲେ।

Tags: