ମାନହାନି ମାମଲାରେ ରାହୁଲଙ୍କୁ ୨ ବ‌ର୍ଷ ଜେଲ୍‌

ନୂଆଦିଲ୍ଲୀ, ୨୩/୩ : ୨୦୧୯ ମସିହାର ଏକ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ‘ମୋଦି ସାଙ୍ଗିଆ’ ଟିପ୍ପଣୀ ପାଇଁ ରାହୁଲ ଆଇପିସିର ଧାରା ୫୦୪ ଅଧିନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟ ସଙ୍ଗେସଙ୍ଗେ ରାହୁଲଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। । ୨୦୧୯ ମସିହାରେ ରାହୁଲ କର୍ଣ୍ଣାଟକର […]

Samaya Live Picture
Published On

ନୂଆଦିଲ୍ଲୀ, ୨୩/୩ : ୨୦୧୯ ମସିହାର ଏକ ଅପରାଧିକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ‘ମୋଦି ସାଙ୍ଗିଆ’ ଟିପ୍ପଣୀ ପାଇଁ ରାହୁଲ ଆଇପିସିର ଧାରା ୫୦୪ ଅଧିନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟ ସଙ୍ଗେସଙ୍ଗେ ରାହୁଲଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। । ୨୦୧୯ ମସିହାରେ ରାହୁଲ କର୍ଣ୍ଣାଟକର ଏକ ନିର୍ବାଚନୀ ରୢ୍ାଲି‌ରେ ଉଦ୍‌ବୋଧନ ଦେଇ କହିଥିଲେ, ‘ସମସ୍ତ ଚୋରଙ୍କର ସାଙ୍ଗିଆ ‘ମୋଦି’ କିଭଳି ହୋଇପାରିବ’? ତାଙ୍କର ଏହି ଟିପ୍ପଣୀ ବିରୋଧରେ ଗୁଜରାଟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି ମାନହାନି ମାମଲା ରୁଜୁ କରିଥିଲେ। ଉଲ୍ଲେଖଯୋଗ୍ୟ, ବିଚାରପତି ଏଚ୍‌ଏମ୍‌ ବର୍ମା ଗତ ସପ୍ତାହରେ ଏହି ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ରାହୁଲ ଆଜି ସୁରଟ କୋର୍ଟରେ କଡ଼‌ା ସୁରକ୍ଷା ମଧ୍ୟରୋ ହାଜର ହୋଇଥିଲେ। ଇତି ମଧ୍ୟରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଆଜି ରାହୁଲଙ୍କୁ ସମର୍ଥନ କରି ସୁରଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି।